ETV Bharat / sports

‘ପରିବାର ଭଳି ବାତବରଣ ସିଏସକେ ଛଡା ଆଉ କୌଣସି ଟିମରେ ନାହିଁ’ - ସିଏସକେ ଛଡା ଆଉ କୌଣସି ଟିମରେ ନାହିଁ

ସିଏସକେ କ୍ୟାମ୍ପରେ ସବୁବେଳେ ଏକ ପରିବାର ଭଳି ବତାବରଣ ମିଳେ ଯାହା ଅନ୍ୟ କେଉଁ ଟିମରେ ମିଳେ ନାହିଁ ବୋଲି କହିଛନ୍ତି ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଡ୍ବାଏନ ବ୍ରାଭୋ । ଅଧିକ ପଢ଼ନ୍ତୁ...

Chennai Super Kings, CSK's family atmosphere, Dwayne Bravo, ପରିବାର ଭଳି ବାତବରଣ, ସିଏସକେ ଛଡା ଆଉ କୌଣସି ଟିମରେ ନାହିଁ, ଡ୍ବାଏନ ବ୍ରାଭୋ
ପରିବାର ଭଳି ବାତବରଣ ସିଏସକେ ଛଡା ଆଉ କୌଣସି ଟିମରେ ନାହିଁ
author img

By

Published : Apr 29, 2020, 12:42 AM IST

ଚେନ୍ନାଇ: ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଡ୍ବାଏନ ବ୍ରାଭୋ କହିଛନ୍ତି ଯେ ଆଇପିଏଲ ଟିମ ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାମ୍ପରେ ତାଙ୍କୁ ଯେଉଁ ପରିବାର ଭଳି ବାତାବରଣ ମିଳେ ଅନ୍ୟ କୌଣସି ସ୍ଥାନରେ ମିଳେ ନାହିଁ ।

ଏକ ଇନଷ୍ଟାଗ୍ରାମ ଚାଟ ବେଳେ ବ୍ରାଭୋ କହିଛନ୍ତି ଯେ, ସିଏସକେ ଠାରୁ ଏକ ପରିବାର ଭଳି ସ୍ବାଗତ ସବୁବେଳେ ମିଳେ ।

‘‘ପ୍ରଥମ ଦିନରୁ ଯେତେବେଳେ ମୁଁ ଦଳରେ ଯୋଗ ଦେଲି, ସେତେବେଳେ ମୁଁ ପାରିବାର ଭଳି ପରିବେଶର ଅନୁଭବ ପାଇଲି । ସିଏସକେରେ ଯୋଗ ଦେଇଥିବା ପ୍ରତ୍ୟେକ ଖେଳାଳି ମଧ୍ୟ ସମାନ ଅନୁଭବ କରନ୍ତି,’’ ବୋଲି ବ୍ରାଭୋ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏଠାରେ ଏକ ବିସ୍ତାରିତ ପରିବାର ପରି ଆପଣଙ୍କୁ ସ୍ବାଗତ କରାଯାଏ । ମୁଁ ବହୁତ କ୍ରିକେଟ ଖେଳିଛି, କିନ୍ତୁ ସିଏସକେ ପରି ଅନ୍ୟ କୌଣସି ଦଳ କିମ୍ବା ପରିବେଶ କେଉଁଠି ପାଇ ନାହିଁ ।’’

ଡାହାଣହାତୀ ଏହି ବ୍ୟାଟ୍ସମ୍ୟାନ କାରିବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍) ଫ୍ରାଞ୍ଚାଇଜ ଟ୍ରିନବାଗୋ ନାଇଟ ରାଇଡର୍ସ ପାଇଁ ଖେଳନ୍ତି। ଅଲରାଉଣ୍ଡର କହିଛନ୍ତି ଯେ ସେ ସିଏସକେ ସଂସ୍କୃତିକୁ ଟିକେଆର ରେ ଖେଳିବା ବେଳେ ବି ଆପଣେଇବାକୁ ଚେଷ୍ଟା କରିଛନ୍ତି।

ବ୍ରାଭୋ କହିଛନ୍ତି, "ଏହା ଗୁରୁତ୍ବପୂର୍ଣ୍ଣ ଯେ ଆପଣଙ୍କର ପରିଚାଳନା ଦଳ, ମାଲିକ, ଅଧିନାୟକ ସମସ୍ତେ ଆପଣଙ୍କୁ ବୁଝି ପାରନ୍ତି । ସେମାନେ ଏହା କେବଳ ଏକ ଖେଳ ବୋଲି ବୁଝନ୍ତି, ଏବଂ ଆପଣ ପ୍ରତ୍ୟେକ ଥର ଭଲ ପ୍ରଦର୍ଶନ କରି ନପାରିଲେ ମଧ୍ୟ ସେମାନେ ଆପଣଙ୍କୁ ପୁଣି ଥରେ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତି |"

ସେ ଆହୁରି ମଧ୍ୟ କହିଛନ୍ତି, "ସିଏସକେ ସହିତ ସବୁଠୁ ଭଲ କଥା ହେଉଛି ଏଠି ସମସ୍ତଙ୍କୁ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ମିଳିଥାଏ । ଆମେ ସମସ୍ତେ ପରସ୍ପରର ସଫଳତାକୁ ଉପଭୋଗ କରୁ । ସମସ୍ତେ ସମସ୍ତଙ୍କ ସଫଳତାକୁ ସେଲିବ୍ରେଟ କରୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.