ETV Bharat / sports

ଆଲେକ୍ସ କ୍ୟାରୀଙ୍କ ଭାରତ-ଅଷ୍ଟ୍ରେଲିଆ ମିଳିତ ଟି-20 ଏକାଦଶ

ଅଷ୍ଟ୍ରେଲିଆର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ ଭାରତ-ଅଷ୍ଟ୍ରେଲିଆ ମିଳିତ ଟି-20 ଏକାଦଶ ଚୟନ କରିଛନ୍ତି । ତେବେ ଏହି ଟିମରେ ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ସେ ସ୍ଥାନ ଦେଇନାହାନ୍ତି ।

No Rohit Sharma in Alex carey's combined India-Australia T20 XI
ଆଲେକ୍ସ କ୍ୟାରୀଙ୍କ ଭାରତ-ଅଷ୍ଟ୍ରେଲିଆ ମିଳିତ ଟି-20 ଏକାଦଶ
author img

By

Published : May 9, 2020, 3:22 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ ଭାରତ-ଅଷ୍ଟ୍ରେଲିଆ ମିଳିତ ଟି-20 ଏକାଦଶ ଚୟନ କରିଛନ୍ତି । ତେବେ ଏହି ଟିମରେ ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ସେ ବାଦ ଦେଇଛନ୍ତି ।

ଓପନର ଭାବେ ଶିଖର ଧାୱନ ଓ ଡେଭିଡ ୱାର୍ଣ୍ଣରଙ୍କୁ ଚୟନ କରିଛନ୍ତି କ୍ୟାରୀ । 3ନଂ ସ୍ଥାନରେ ଷ୍ଟିଭ ସ୍ମିଥ ଓ 4ନଂରେ ବିରାଟ କୋହଲିଙ୍କ ଚୟନ କରିଛନ୍ତି । ୱିକେଟ କିପର ଭାବେ ନିଜକୁ ଚୟନ କରିବା ସହ, ଋଷଭ ପନ୍ତଙ୍କୁ ମଧ୍ୟକ୍ରମ ପାଇଁ ଚୟନ କରିଛନ୍ତି । ଏହାପରେ ଅଲରାଉଣ୍ଡର ଭାବେ ରବିନ୍ଦ୍ର ଜାଡେଜା ଓ ବୋଲର ଭାବେ ପାଟ କମିନ୍ସ ଓ ଜଶପ୍ରୀତ ବୁମରାଙ୍କୁ ସ୍ଥାନ ଦେଇଛନ୍ତି । ସ୍ପିନର ଆଡାମ ଜାମ୍ପାଙ୍କୁ ସ୍ପିନ ବିଭାଗ ଦାୟିତ୍ବ ଦେଇଛନ୍ତି ।

ଆଲେକ୍ସ କ୍ୟାରୀ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି । ତେବେ କୋରୋନା ଭାଇରସ ଲକଡାଉନ କାରଣରୁ ଚଳିତ ବର୍ଷର ଆଇପିଏଲକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.