ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କ ହେବନି ଦରମା କାଟ । ଏନେଇ ସ୍ପଷ୍ଟ କରିଛନ୍ତି ବିଶ୍ବର ଧନୀ କ୍ରିକେଟ ବୋର୍ଡ ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ।
ଇଣ୍ଡିଆନ ପ୍ରିମିୟର ଲିଗ ସମେତ ମାର୍ଚ୍ଚରୁ ସମସ୍ତ କ୍ରିକେଟ ମ୍ୟାଚ ବନ୍ଦ ରହିଛି । ଫଳରେ ଭାରତୀୟ କ୍ରିକେଟ ବୋର୍ଡକୁ ଆର୍ଥିକ କ୍ଷତି ସହିବାକୁ ପଡିଛି । ଏହାସତ୍ତ୍ବେ ବୋର୍ଡ ଖେଳାଳିଙ୍କ ଦରମା କାଟ ନେଇ ବିଚାର କରୁନଥିବା ସ୍ପଷ୍ଟ କରିଛନ୍ତି କୋଷାଧ୍ୟକ୍ଷ ଅରୁଣ ଧୁମଲ ।
ତେବେ ଯାତ୍ରା ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ କାଟ ପାଇଁ ବିଚାର କରାଯାଇପାରେ । ତେବେ ଏହିପ୍ରକାର ଖର୍ଚ୍ଚକାଟ ଯୋଗୁଁ ଖେଳାଳିଙ୍କ ଉପରେ ବିଶେଷ ପ୍ରଭାବ ପଡିବନାହିଁ ବୋଲି ଅରୁଣ ଧୁମଲ ସ୍ପଷ୍ଟ କରିଛନ୍ତି ।