ETV Bharat / sports

ସୌରଭ ଗାଙ୍ଗୁଲିଙ୍କର ହେବନି ବାଏପାସ ସର୍ଜରୀ: ଡାକ୍ତରୀ ଟିମ - bypass surgery of Sourav Ganguly

ସୌରଭ ଗାଙ୍ଗୁଲିଙ୍କର ବାଏପାସ ସର୍ଜରୀ ହେବା ଆବଶ୍ୟକ ନାହିଁ । ଅଧିକ ପଢନ୍ତୁ...

No need of bypass surgery of Sourav Ganguly, say doctors
ସୌରଭ ଗାଙ୍ଗୁଲିଙ୍କର ହେବନି ବାଏପାସ ସର୍ଜରୀ: ଡାକ୍ତରୀ ଟିମ
author img

By

Published : Jan 3, 2021, 5:31 PM IST

ହାଇଦ୍ରାବାଦ: ସୌରଭ ଗାଙ୍ଗୁଲିଙ୍କର ବାଏପାସ ସର୍ଜରୀ ହେବା ଆବଶ୍ୟକ ନାହିଁ । ଏହା କହିଛନ୍ତି ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଉଡଲାଣ୍ଡସ ହସ୍ପିଟାଲର ଡାକ୍ତରୀ ଟିମ । ପ୍ରତି ସମୟରେ ବିସିସିଆଇ ସଭାପତିଙ୍କ ସ୍ବାସ୍ଥ୍ୟାବସ୍ଥା ଡାକ୍ତରୀୟ ଟିମ ଯାଞ୍ଚ କରୁଥିବା ବେଳେ ଗଠିତ ହୋଇଥିବା 3 ଜଣିଆ ଟିମ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ତାଙ୍କର ଧମନୀର ଦୁଇଟି ସ୍ଥାନରେ ଏବେସୁଦ୍ଧା ମଧ୍ୟ ଅସୁବିଧା ଥିବା ଜଣାପଡିଛି । ଗତକାଲି ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଉଥିବାବେଳେ, ମେଡିକାଲ ବୋର୍ଡ ପରବର୍ତ୍ତୀ ଆଞ୍ଜିଓପ୍ଲାଷ୍ଟି ନେଇ ସୋମବାର ନିଷ୍ପତ୍ତି ନେବେ ।

ଗାଙ୍ଗୁଲି ଶନିବାର ଅପରାହ୍ନ ପ୍ରାୟ 1.00 ସୁଦ୍ଧା ଛାତିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଓ ମୁଣ୍ଡ ବୁଲେଇବା ନେଇ ଅନୁଭବ କରିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦିନ 11.00 ସୁଦ୍ଧା ଘରୋଇ ଜିମରେ ବ୍ୟାୟମ କରୁଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ ।

ରବିବାର ସକାଳେ ପୂର୍ବତନ ଭାରତୀୟ କ୍ୟାପଟେନଙ୍କ ECG ସନ୍ତୋଷଜନକ ରହିଛି । ବ୍ଳଡପ୍ରେସର, ପଲ୍‌ସ ରେଟ୍ ଓ ଅକ୍ସିଜେନ ସ୍ତର ସ୍ବାଭାବିକ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.