ମୁମ୍ବାଇ: ମହାମାରୀ କୋରୋନା ଭାଇରସ ବିଶ୍ବର ପ୍ରତିଟି କ୍ରୀଡା ଇଭେଣ୍ଟକୁ ପ୍ରଭାବିତ କରିଛି । ସଂକ୍ରମଣ ଭୟ କାରଣରୁ ଅନେକ ମେଗା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ଘୋଷଣା ହୋଇଛି ।
ତେବେ କୋରୋନା ଭାଇରସର ସଂକ୍ରମଣରୁ ବର୍ତ୍ତିବା ପାଇଁ ଅଷ୍ଟ୍ରେଲିଆ 6 ମାସ ପର୍ଯ୍ୟନ୍ତ(ସେପ୍ଟେମ୍ବର 30) ଦେଶର ସୀମା ସିଲ କରିଛି । ବିମାନ ଚଳାଚଳ ନେଇ ମଧ୍ୟ 6 ମାସ ପର୍ଯ୍ୟନ୍ତ କଟକଣା ରହିଛି । ଏପରି ସ୍ଥିତିରେ ଆଇସିସି ଟି-20 ବିଶ୍ବକପ ଖେଳାଯିବା ନେଇ ଆଶଙ୍କା ଦେଖାଦେଇଛି । ଅଗଷ୍ଟ ମାସ ପର୍ଯ୍ୟନ୍ତ ଟି-20 ବିଶ୍ବକପ ନେଇ କୌଣସି ନିଷ୍ପତି ନିଆଯାଇନଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ କୁହାଯାଇଛି । ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି ।