ନୂଆଦିଲ୍ଲୀ: ଚଳିତ ଆଇପିଏଲ ସଂସ୍କରଣ ବିନା ବିମାନ ଯାତ୍ରାରେ ହେଉଛି । ଖେଳାଳିମାନେ ରହୁଥିବା ହୋଟେଲ ସମାନ ରହିଛି । ମାତ୍ର 3ଟି ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯାଉଛି । ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଲରାଉଣ୍ଡର କ୍ରିସ ମୋରିସ ।
ବର୍ଷ 2009 ପରେ ପ୍ରଥମ ଥର ପାଇଁ ଆଇପିଏଲର ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବିଦେଶରେ ଖେଳାଯାଉଛି । ସାଧାରଣ ନିର୍ବାଚନ ପାଇଁ 2009ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା ଆଇପିଏଲ । ମାତ୍ର ପୃଥକ ଭେନ୍ୟୁରେ ପହଞ୍ଚିବାକୁ ବିମାନ ଯାତ୍ରାର ବ୍ୟବସ୍ଥା ରହିଥିଲା ।
ତେବେ କୋରୋନା ଭାଇରସ କାରଣରୁ ଚଳିତ ବର୍ଷ ଆଇପିଏଲ ୟୁଏଇରେ ଖେଳାଯାଉଛି । ଶାରଜାହ, ଆବୁଧାବି ଓ ଦୁବାଇରେ ମ୍ୟାଚ ଖେଳାଯାଉଛି । ଫଳରେ ଷ୍ଟାଡିୟମରୁ ହୋଟେଲ ଖେଳାଳିମାନେ ସଡକପଥରେ ଯାତ୍ରା କରୁଛନ୍ତି ।
ଏହା ସୁରକ୍ଷିତ ସହ ନିରାପଦ ବୋଲି କହିଛନ୍ତି ଆରସିବି ଅଲରାଉଣ୍ଡର କ୍ରିସ ମୋରିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ