ETV Bharat / sports

ଏଙ୍ଗିଡିଙ୍କ ଘାତକ ବୋଲିଂ, ଇଂଲଣ୍ଡକୁ 1ରନରେ ହରାଇଲା ଦକ୍ଷିଣ ଆଫ୍ରିକା

author img

By

Published : Feb 13, 2020, 2:12 PM IST

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-20କୁ 1ରନରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ଲୁଙ୍ଗି ଏଙ୍ଗିଡିଙ୍କ ଘାତକ ବୋଲିଂ ବଳରେ ଏକ ନିଶ୍ଚିନ୍ତ ପରାଜୟରୁ ବର୍ତ୍ତିଯାଇଛି ଦକ୍ଷିଣ ଆଫ୍ରିକା ।

Ngidi guides Proteas
ଏଙ୍ଗିଡିଙ୍କ ଘାତକ ବୋଲିଂ

ଇଷ୍ଟ ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-20କୁ 1ରନରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ଲୁଙ୍ଗି ଏଙ୍ଗିଡିଙ୍କ ଘାତକ ବୋଲିଂ ବଳରେ ଏକ ନିଶ୍ଚିନ୍ତ ପରାଜୟରୁ ବର୍ତ୍ତିଯାଇଛି ଦକ୍ଷିଣ ଆଫ୍ରିକା ।

Ngidi guides Proteas
ଫଟୋ ସୌଜନ୍ୟ: twitter@ICC

ପ୍ରଥମେ ବ୍ୟାଟିଂ ଦକ୍ଷିଣ ଆଫ୍ରିକା 177 ରନ କରିଥିଲା । ଦଳ ପକ୍ଷରୁ ତେମ୍ବା ବାଭୁମା ସର୍ବାଧିକ 43 ଓ କ୍ୟାପଟେନ ଡିକକ 31 ରନ ଇଂନିସ ଖେଳିଥିଲେ । ରସି ଭନ ଡର ଡସନ 31 ଓ ଡେଭିଡ ମିଲର 16 ରନର ଇଂନିସ ଖେଳିଥିଲେ ।

Ngidi guides Proteas
ଫଟୋ ସୌଜନ୍ୟ: twitter@ICC

178 ରନକୁ ପିଛା କରି ଇଂଲଣ୍ଡ ଧୂଆଁଧାର ଆରମ୍ଭ କରିଥିଲା । ପ୍ରଥମ 10 ଓଭରରେ 100ରୁ ଅଧିକ ରନ ସଂଗ୍ରହ କରିନେଇଥିଲା ଇଂଲଣ୍ଡ । ଓପମର ଜେସନ ରୟ 38 ବଲରୁ 7ଚୌକା ଓ 3 ଛକା ସହାୟତାରେ 70 ରନର ଦମଦାର ଇଂନିସ ଖେଳିଥିଲେ । କ୍ୟାପଟେନ ଇଅନ ମୋର୍ଗାନ 34 ବଲରୁ 7 ଚୌକା ଓ 1ଛକା ସହାୟତାରେ 52 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ମାତ୍ର ଲୁଙ୍ଗି ଏଙ୍ଗିଡି 4 ଓଭରରେ 3ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡ ବିଜୟରେ ରୋକ ଲଗାଇଥିଲେ । ଫଳରେ ଗୋଟିଏ ରନ ପୂର୍ବରୁ 176ରେ ଅଟକିଯାଇଥିଲା ଇଂଲଣ୍ଡ । ଫଳରେ ପ୍ରଥମ ଟି-20କୁ ରୋମାଞ୍ଚକର ଭାବେ 1ରନରେ ଜିତିନେଇଥିଲା ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.