ETV Bharat / sports

NZ vs IND: ପୁଣି ଅକଲାଣ୍ଡ ଗ୍ରାଉଣ୍ଡରେ ଭାରତର ବାଜିମାତ୍

author img

By

Published : Jan 26, 2020, 9:51 PM IST

Updated : Jan 26, 2020, 11:15 PM IST

5ମ୍ୟାଚ ବିଶିଷ୍ଟ ଟି-20 ସିରିଜର 2ୟ ମ୍ୟାଚରେ ଅତିଥି ଦଳ ଭାରତ 7 ଓ୍ବିକେଟରେ କିଓ୍ବି ଟିମକୁ ପରାସ୍ତ କରିଛି । କ୍ରମାଗତ ଭାବେ ଅକଲାଣ୍ଡ ଗ୍ରାଉଣ୍ଡରେ ଭାରତ 2ୟ ବିଜୟ ହାସଲ କରିଛି ।

cricket-top-news
ଭାରତର କ୍ରମାଗତ ଦ୍ବିତୀୟ ଟି20 ବିଜୟ

ହାଇଦ୍ରାବାଦ: 71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ- ନ୍ୟୁଜିଲାଣ୍ଡରେ ମଧ୍ୟରେ ଅକଲାଣ୍ଡର ଇଡେନ ପାର୍କ ଗ୍ରାଉଣ୍ଡରେ ଖେଳା ଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ବାଜି ମାରିନେଇଛି ଭ୍ରମଣକାରୀ ଟିମ ଇଣ୍ଡିଆ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ନ୍ୟୁଜିଲ୍ୟାଣ୍ଡ । ନିର୍ଦ୍ଧାରିତ 20 ଓଭରର ୫ ୱିକେଟ ହରାଇ ୧୩୨ ରନ କରିଥିଲା ଘରୋଇ ଦଳ ।

cricket
ଫଟୋ ସୌଜନ୍ୟ: ସୋସିଆଲମିଡିଆ@ICC

ବିଜୟ ଲକ୍ଷ୍ୟକୁ ଟାର୍ଗେଟ କରି ଭାରତ ୧୭.୩ ଓଭରରେ ୩ ୱିକେଟ ବିନିମୟରେ ଭାରତ 135 ରନ୍‌ ହାସଲ କରି ନ୍ୟୁଜିଲାଣ୍ଡ ଟିମ୍କୁ‌ ମାତ୍‌ ଦେଇଛି । ଟିମ୍ ଇଣ୍ଡିଆ ପକ୍ଷରୁ ଓପନିଂ ଯୋଡ଼ି ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ । ହେଲେ ରୋହିତ ଶର୍ମା ପ୍ରଥମ ଓଭରରେ ମାତ୍ର ୮ ରନ କରି ଟିମ୍ ସାଉଦିଙ୍କ ବୋଲର ଶିକାର ହୋଇ ରସ ଟେଲରଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ ।

cricket
ଫଟୋ ସୌଜନ୍ୟ: ସୋସିଆଲମିଡିଆ@BCCI

ସେହିପରି ୬ ଓଭରରେ କ୍ୟାପଟେନ ବିରାଟ କୋହଲି ମାତ୍ର ୧୧ ରନ କରି ଟିମ୍ ସାଉଦିଙ୍କ ବୋଲରେ କ୍ୟାଚ ଆଉଟ ହୋଇଥିଲେ । ହେଲେ ଗତ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଥିବା ଓପନିଂ ବ୍ୟାଟସମ୍ୟାନ କେଏଲ ରାହୁଲ ୫୭ ରନ୍ ଏବଂ ଶ୍ରେୟସ ଆୟାରଙ୍କ ୪୪ ରନ ବଳରେ ଦଳ ବିଜୟ ଲକ୍ଷ୍ୟ ହାସଲ କରିଥିଲା । କେଏଲ ରାହୁଲ ନଟ୍ ଆଉଟ ରହିଥିବା ବେଳେ ଆୟର ୪୪ ରନ କରି ଇଶ ସୋଢିଙ୍କ ବଲରେ ଆଉଟ ହୋଇଥିଲେ । ମ୍ୟାଚ ବିଜୟୀ ଇନିଂସ ଖେଳିଥିବାରୁ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

ଏହି ସିରିଜର 3ୟ ମ୍ୟାଚ 29 ତାରିଖ ଦିନ ହାମିଲଟନ୍‌ରେ ଖେଳାଯିବ ।

Intro:Body:

BLANK FOR LINK 

Conclusion:
Last Updated : Jan 26, 2020, 11:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.