ETV Bharat / sports

ଆଇପିଏଲରେ ବର୍ଣ୍ଣବୈଷମ୍ୟ ! ସାମିଙ୍କ ସାଥ ଦେଲେ ଗେଲ ଓ ବ୍ରାଭୋ

author img

By

Published : Jun 10, 2020, 5:30 PM IST

କୃଷ୍ଣକାୟ ହୋଇଥିବାରୁ ଆଇପିଏଲରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ୱେଷ୍ଟଇଣ୍ଡିଜ ଖେଳାଳି ଡାରେନ ସାମି ଅଭିଯୋଗ କରିଛନ୍ତି । ସାମିଙ୍କୁ କ୍ରିସ ଗେଲ ଓ ଡ୍ବାଏନ ବ୍ରାଭୋଙ୍କ ସମର୍ଥନ ମିଳିଛି । ଅଧିକ ପଢ଼ନ୍ତୁ...

Never too late to fight for right cause, Gayle, Bravo join Sammy against racism, ବର୍ଣ୍ଣ ବୈଶମ୍ୟ ଭେଦଭାବ, ସାମିଙ୍କୁ କ୍ରିସ ଗେଲ ଓ ଡ୍ବାଏନ ବ୍ରାଭୋଙ୍କ ସମର୍ଥନ
ବର୍ଣ୍ଣ ବୈଶମ୍ୟ ଭେଦଭାବ ବିରୋଧରେ ସାମିଙ୍କ ସାଥ ଦେଲେ ଗେଲ ଓ ବ୍ରାଭୋ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଓପନର କ୍ରିସ୍ ଗେଲ ତାଙ୍କ ସାଥୀ ଖେଳାଳି ଡାରେନ ସାମିଙ୍କୁ ସମର୍ଥନ କରିଛନ୍ତି । ନିକଟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ସନରାଇଜର୍ସ ହାଇଦ୍ରାବାଦ କ୍ୟାମ୍ପରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଅଭିଯୋଗ କରିଥିଲେ ସାମି। କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିବା ଗେଲ ଟ୍ବିଟ କରି କହିଛନ୍ତି, ତୁମେ ବର୍ଷ ବର୍ଷ ଧରି ବର୍ଷବୈଷମ୍ୟର ଶିକାର ହୋଇଛ । ତା ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ କେବେ ବି ବିଳମ୍ବ ହୁଏ ନାହିଁ ।

ଆମେରିକାରେ ଶ୍ବେତାଙ୍ଗ ପୋଲିସ ଆକ୍ରମଣରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ‘ବ୍ଲାକ ଲାଇଭସ୍ ମ୍ୟାଟର’ ଅଭିଯାନକୁ ଉଭୟ କ୍ରିକେଟର ସମର୍ଥନ ଜଣାଇଛନ୍ତି ।

ତେବେ, ସାମି କ୍ରିକେଟ ଜଗତକୁ ଆହୁରି ଚକିତ କରି କହିଛନ୍ତି ଯେ, 2013, 14 ଆଇପିଏଲ ସଂସ୍କରଣରେ ସନ ରାଇଜର୍ସ ସହିତ ଖେଳିବା ସମୟରେ ତାଙ୍କ ପାଇଁ ଏକ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅଲରାଉଣ୍ଡର ଡ୍ବାଏନ ବ୍ରାଭୋ କହିଛନ୍ତି ଯେ ଦୁନିଆର ବର୍ତ୍ତମାନର ଅବସ୍ଥା ଦୁଃଖଦାୟକ ।

ଜିମ୍ବାୱେର ପୂର୍ବତନ ପେସର ପୋମି ମବାଙ୍ଗାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ୍ ଚାଟ୍ ସମୟରେ ବ୍ରାଭୋ କହିଛନ୍ତି ଯେ, ସାରା ବିଶ୍ବରେ କଣ ଚାଲିଛି ଦେଖିବା ଦୁଃଖଦାୟକ । ଜଣେ କୃଷ୍ଣକାୟ ଭାବରେ ଆମେ କୃଷ୍ଣକାୟଙ୍କ ଇତିହାସ ଜାଣିଛୁ ଯେ ସେମାନେ କେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି । ଆମେ କଦାପି ପ୍ରତିଶୋଧ ମାଗିନାହୁଁ, ଆମେ ସମାନତା ଏବଂ ସମ୍ମାନ ମାଗିଛୁ । ବାସ ସେତିକି । ଆମେ ଅନ୍ୟମାନଙ୍କୁ ସମ୍ମାନ ଦେଉଛୁ । ତେବେ କାହିଁକି ଆମେ ବାରମ୍ବାର ଏହାର ସାମ୍ନା କରୁଛୁ ?

‘‘ମୁଁ କେବଳ ଚାହୁଁଛି ଯେ ଆମର ଭାଇ ଓ ଭଉଣୀମାନେ ଜାଣନ୍ତୁ ଯେ ଆମେ ଶକ୍ତିଶାଳୀ ଏବଂ ସୁନ୍ଦର ଅଟୁ। ଆପଣ ଦୁନିଆର କିଛି ମହାନ ବ୍ୟକ୍ତିଙ୍କୁ ଦେଖନ୍ତୁ, ସେ ନେଲସନ ମାଣ୍ଡେଲା ହୁଅନ୍ତୁ, ମହମ୍ମଦ ଅଲି କିମ୍ବା ମାଇକେଲ ଜୋର୍ଡାନ ? ଆମର ବି ନେତା ଅଛନ୍ତି ଯେଉଁମାନେ ଆମ ପାଇଁ ବାଟ ଫିଟାଇଛନ୍ତି ବୋଲି ବ୍ରାଭୋ କହିଛନ୍ତି । ଅଲରାଉଣ୍ଡର ଆହୁରି କହିଛନ୍ତି ଯେ, ଲୋକମାନେ ନିଜେ ଯାହା ସେଥିପାଇଁ ସମ୍ମାନିତ ହେବା ଉଚିତ ଏବଂ ବିଶ୍ବରେ ସମାନତା ରହିବା ଉଚିତ ।

ତେବେ ସାମି ଅଭିଯୋଗ କରିଛନ୍ତି ଯେ ତାଙ୍କୁ , ‘କାଲୁ' କୁହାଯାଉଥିଲା - ଯାହା କି ଭାରତରେ କୃଷ୍ଣକାୟ ଲୋକଙ୍କୁ ବର୍ଣ୍ଣନା କରିବା ପାଇଁ ଏକ ଅପମାନଜନକ ଶବ୍ଦ । ତାଙ୍କ ଆଇପିଏଲ ଟିମମେଟ ତାଙ୍କୁ ଏହି ନାଁରେ ଡାକୁଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.