କଟକ: ଇଣ୍ଡିଜ ବିପକ୍ଷରେ ନିଜର ଆଜି ଦିନିକିଆ ଡେବ୍ୟୁ ମ୍ୟାଚ ଖେଳୁଥିବା 27ବର୍ଷୀୟ ପେସ ବୋଲର ନବଦୀପ ସାଇନିଙ୍କ ବୋଲିଂ ଯାଦୁ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଛି । ପ୍ରଥମ ଓ୍ବିକେଟ ଭାବେ ସିମରନ ହେଟମୟରଙ୍କୁ ଆଉଟ୍ କରିଥିଲାବେଳେ 2ୟ ଓ୍ବିକେଟ ହିସାବରେ ରୋଷ୍ଟନ ଚେଜଙ୍କ ଓ୍ବିକେଟ ନେଇଛନ୍ତି।
ବିଶାଖାପଟ୍ଟନମରେ ଖେଳା ଯାଇଥିବା 2ୟ ଦିନିକିଆରେ ଆହତ ହୋଇ ବାଦ ପଡିଥିଲେ ଦିପକ ଚହର। ଏହାପରେ ସାଇନି ଆଜିର ମ୍ୟାଚରେ ନିଜର ଡେବ୍ୟୁ ଦିନିକିଆ ମ୍ୟାଚ ଖେଳୁଛନ୍ତି।
ସିମରନ ହେଟମୟର 37ରନ୍ କରି ପାଭିଲିୟନ ଫେରି ଯାଇଛନ୍ତି। ରୋଷ୍ଟନ 38ରନ୍ରେ ସାଇନିଙ୍କ ବଲ୍ରେ ଆଉଟ୍ ହୋଇଛନ୍ତି।