ETV Bharat / sports

ସ୍ପିନର ନାଥନ ଲାୟନଙ୍କୁ ଗାର୍ଡ ଅଫ୍‌ ଅନର

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ସ୍ପିନର ନାଥନ ଲାୟନ ଟେଷ୍ଟ କ୍ୟାରିୟରର 100ତମ ମ୍ୟାଚ ଖେଳୁଛନ୍ତି । ଏପରି ରେକର୍ଡ କରିବାରେ ସେ ହେଉଛନ୍ତି 13ତମ ଅଷ୍ଟ୍ରେଲିଆ କ୍ରିକେଟର ।

author img

By

Published : Jan 15, 2021, 9:53 AM IST

ସ୍ପିନର ନାଥନ ଲାୟନଙ୍କୁ ଗାର୍ଡ ଅଫ୍‌ ଅନର
ସ୍ପିନର ନାଥନ ଲାୟନଙ୍କୁ ଗାର୍ଡ ଅଫ୍‌ ଅନର

ବ୍ରିସବେନ: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ସ୍ପିନର ନାଥନ ଲାୟନ ଟେଷ୍ଟ କ୍ୟାରିୟରର 100ତମ ମ୍ୟାଚ ଖେଳୁଛନ୍ତି । ତେବେ ଏହି ଖାସ୍‌ ଦିନରେ ଟିମ୍‌ ମେମ୍ବର ତାଙ୍କୁ ପ୍ରଥମେ ଗାର୍ଡ ଅଫ୍‌ ଅନର୍‌ ଦେଇଛନ୍ତି । ଏପରି ରେକର୍ଡ କରିବାରେ ସେ ହେଉଛନ୍ତି 13ତମ ଅଷ୍ଟ୍ରେଲିଆ କ୍ରିକେଟର ।

ନାଥନ ବର୍ତ୍ତମାନ ସୁଦ୍ଧା 396 ଟେଷ୍ଟ ଓ୍ବିକେଟ ହାସଲ କରିଛନ୍ତି । ସେ 2011ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେହି ଡେବ୍ୟୁ ମ୍ୟାଚରେ ପ୍ରଥମ ବଲ୍‌ରେ ହିଁ କୁମାର ସାଙ୍ଗାକାରାଙ୍କ ଓ୍ବିକେଟ ନେଇଥିଲେ । ଏଥିସହ ଉକ୍ତ ମ୍ୟାଚରେ ନିଜ ନାଁରେ କରିଥିଲେ 5ଟି ଓ୍ବିକେଟ ।

ତାଙ୍କର ବେଷ୍ଟ 31.98 ଆଭରେଜରେ 8/50 । ସେ 29ଟି ଦିନିକିଆ ଓ 2ଟି ଟି-20 ମ୍ୟାଚ ଖେଳିଛନ୍ତି । ଡିସେମ୍ବର 2013ରେ ସେ 100ଟି ଟେଷ୍ଟ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.