ETV Bharat / sports

ବିନା ଅର୍ଦ୍ଧଶତକରେ ଟେଷ୍ଟରେ ସର୍ବାଧିକ ରନ, ରେକର୍ଡ କଲେ ଏହି ଖେଳାଳି

ଟେଷ୍ଟ କ୍ରିକେଟରେ ବିନା ଅର୍ଦ୍ଧଶତକରେ ସର୍ବାଧିକ ରନ ସ୍କୋରର ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ସ୍ପିନ ଅଲରାଉଣ୍ଡର ନାଥନ ଲାୟନ ।

author img

By

Published : Nov 23, 2019, 8:31 PM IST

ନାଥନ ଲାୟନ

ହାଇଦ୍ରାବାଦ: ବିନା ଅର୍ଦ୍ଧଶତକରେ ସର୍ବାଧିକ ରନର ରେକର୍ଡ । ବିଶ୍ବାସ କରିବା ସଜୟ ନୁହେଁ, ତେବେ ସତ । ଏହା କରି ଦେଖାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ସ୍ପିନ ଅଲରାଉଣ୍ଡର ନାଥନ ଲାୟନ । ବର୍ତ୍ତମାନ ସମୟର କ୍ରିକେଟର ଲମ୍ବା ଫର୍ମାଟର ଅନ୍ୟତମ ସଫଳତମ ସ୍ପିନର ହୋଉଛନ୍ତି ଲାୟନ । ତେବେ ବୋଲିଂରେ ନୁହେଁ ବରଂ ବ୍ୟାଟିଂରେ ଏକ ନିଆରା ରେକର୍ଡ ଯୋଡି ହୋଇଛି ନାଥନଙ୍କ ନାମରେ ।

ପାକିସ୍ତାନ ବିପକ୍ଷ ଗାବା ଟେଷ୍ଟରେ 32 ବର୍ଷିୟ ନାଥନ ଲାୟନ ଅପରାଜିତ 13 ରନ କରିଛନ୍ତି । ଅଷ୍ଟ୍ରେଲିଆର ପ୍ରଥମ ଇଂନିସରେ 580 ରନରେ ଅଲଆଉଟ ହୋଇଛି । ତେବେ ଲାୟନଙ୍କ 13 ରନ ପରେ ସେ ଟେଷ୍ଟ କ୍ରିକେଟରେ ବିନା ଅର୍ଧଶତକରେ ସର୍ବାଧିକ ରନ ହାସଲକରୀ ଖେଳାଳି ହୋଇଛନ୍ତି ।

ଏହି ରେକର୍ଡ ପୂର୍ବରୁ ପାକିସ୍ତାନ କ୍ରିକେଟର ୱାକର ୟୁନିସଙ୍କ ନାମରେ ରହିଥିଲା । ଗୋଟିଏ ବି ଅର୍ଧଶତକ ହାସଲ ନ କରି ୱାକର ୟୁନିସ 120 ଇନିସରୁ 1010 ରନ କରିଥିଲେ । ଲାୟନ 92 ଟି ଟେଷ୍ଟରୁ 119 ଇଂନିସରୁ 1016 ରନ କରି ଏହି ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.