ETV Bharat / sports

ବିଶ୍ବକପ: ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ଅସ୍ତ୍ର ତୟାର କରିଛନ୍ତି ଶାମି

"ଆଗାମୀ ବିଶ୍ବକପରେ ମୋ ୟର୍କର ତାର ଜଲୱା ଦେଖାଇବାକୁ ଯାଉଛି ।" ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତକାର ଦେଇ ଶାମି ଏମିତି କହିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 20, 2019, 8:01 AM IST

ନୂଆଦିଲ୍ଲୀ: କ୍ରିକେଟ ମହାସମର ପାଇଁ ପ୍ରସ୍ତୁତ ଭାରତୀୟ ଯୋଦ୍ଧା । ଏନେଇ ଇସାରା ଦେଇଛନ୍ତି ଭାରତୀୟ ପେସ ବୋଲର ମହମ୍ମଦ ଶାମି । ଶାମି କହିଛନ୍ତି, "ଆଗାମୀ ବିଶ୍ବକପରେ ମୋ ୟର୍କର ତାର ଜଲୱା ଦେଖାଇବାକୁ ଯାଉଛି ।" ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାମି ଏମିତି କହିଛନ୍ତି ।

Mohammed Shami
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଶାମି ପୁଣି କହିଛନ୍ତି, " ଇଂଲଣ୍ଡର ଫ୍ଲାଟ ପିଚ୍‌ ବ୍ୟାଟ୍ସମ୍ୟାଙ୍କ ପାଇଁ ଭୂସ୍ବର୍ଗ ସାଜିବ । ମାତ୍ର ବୋଲର ମଧ୍ୟ କିଛି କମରେ ନାହାଁନ୍ତି । ମୁଁ ମୋର ପୂର୍ବ ନିର୍ଦ୍ଧାରିତ ରଣ କୌଶଳରେ ବୋଲିଂ କରିବି । ମୋ ପାଖରେ ସୁଇଙ୍ଗ ଓ ଗତି ରହିଛି । ତେଣୁ ମୁଁ ମୋର ଫର୍ମକୁ ନେଇ ବ୍ୟସ୍ତ ହେଉନାହିଁ । ମୋର ବିଶ୍ବାସ ରହିଛି ଇଂଲଣ୍ଡର ପାଣିପାଗ ମୋତେ ଭଲ ପ୍ରଦର୍ଶନ କରିବାକୁ ସାହାଯ୍ୟ କରିବ ।"

ସୂଚନାଥାଉ କି, 2015 ବିଶ୍ବକପରେ ଶାମି ଭାରତୀୟ ପେସ ବିଭାଗର ନେତୃତ୍ବ ନେଇଥିଲେ । ତେବେ ଏବେ ଯାଏ ଶାମି 63ଟି ଦିନିକିଆ ମ୍ୟାଚ ଖେଳି 113ଟି ୱିକେଟ ଅକ୍ତିଆର କରିଛନ୍ତି । ତାଙ୍କର ବେଷ୍ଟ ବୋଲିଂ ଫିଗର ରହିଛି 4/35 ।

ତେବେ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ ଦେଇ ସାମି କହିଛନ୍ତି, "ମୋ ପାଖରେ ମୋ ବ୍ରହ୍ମାସ୍ତ୍ର- ମୋ ୟର୍କର ରହିଛି । ଯାହାକୁ ମୁଁ ବିଶ୍ବକପରେ ବିପୁଳ ପରିମାଣରେ ବ୍ୟବହାର କରିବି । ଯାହାକି ବ୍ୟାଟ୍ସମ୍ୟାନଙ୍କ ପାଇଁ ନର୍କ ସାଜିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdgs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.