ETV Bharat / sports

2011 ବିଶ୍ବକପରେ ଆଉଥରେ ଟସ ପକାଇବାକୁ କାହିଁକି କହିଥିଲେ ଧୋନି ! - ମହେନ୍ଦ୍ର ସିଂହ ଧୋନି

2011 ବିଶ୍ବକପର ଟସ ବେଳେ ହୋଇଥିଲା କନଫ୍ୟୁଜନ । 2ଥର ଟସ ପରେ ହୋଇଥିଲା ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

MS Dhoni wanted another toss, 2011 World Cup final, Kumar Sangakkara, 2011 ବିଶ୍ବକପର ଟସ, ମହେନ୍ଦ୍ର ସିଂହ ଧୋନି, କୁମାର ସାଙ୍ଗାକାରା
2011 ବିଶ୍ବକପରେ ଆଉଥରେ ଟସ ପକାଇବାକୁ କାହିଁକି କହିଥିଲେ ଧୋନି !
author img

By

Published : May 29, 2020, 6:06 PM IST

ନୂଆଦିଲ୍ଲୀ: 2011 ଭାରତ ବନାମ ଶ୍ରୀଲଙ୍କା ବିଶ୍ବକପ ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ୱାଙ୍ଖେଡେ ଷ୍ଟାଡିୟମରେ ହେଲିକପ୍ଟର ସଟର ସେଇ ଛକା ଆଉ ଭାରତର 28 ବର୍ଷ ପରେ ବିଶ୍ବକପ ବିଜୟ ସଭିଙ୍କ ମନରେ ଆଜି ବି ସତେଜ ରହିଛି । କିନ୍ତୁ ମ୍ୟାଚରେ ଆଉ ଘଟଣା ହୋଇଥିଲା ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା, ତାହା ହେଉଛି ମ୍ୟାଚ ପୂର୍ବରୁ ଟସ ପଡିବା ବେଳେ ଭାରତୀୟ ଅଧିନାୟକ ଧୋନି ଓ ଶ୍ରୀଲଙ୍କା ଅଧିନାୟକଙ୍କ ମଧ୍ୟରେ କିଛି ଦ୍ବନ୍ଦ ଦେଖା ଦେଇଥିଲା ।

ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ତାଙ୍କର ନୂଆ ଇନଷ୍ଟାଗ୍ରାମ ଲାଇଭ ଚାଟ ସୋରେ କଥା ହେବାବେଳେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ସେହି ସ୍ମରଣୀୟ ମ୍ୟାଚରେ ୱାଙ୍ଖେଡେ ଷ୍ଟାଡିୟମରେ ଟସ ବେଳେ କଣ ଘଟିଥିଲା ତାହା କହିଥିଲେ ।

“ଭିଡ଼ ବହୁତ ଥିଲା । ଶ୍ରୀଲଙ୍କାରେ ଏତେ ଭିଡ କେବେ ହୁଏନି । ଇଡେନ ଗାର୍ଡେନ୍ସରେ ଥରେ ଏମିତି ଭିଡ ହୋଇଥିଲା ଯେତେବେଳେ ମୁଁ ପ୍ରଥମ ସ୍ଲିପ୍‌ ସହ କଥା ହୋଇ ପାରିନଥିଲି ଏବଂ ତା’ପରେ ଅବଶ୍ୟ ୱାଙ୍ଖେଡେରେ ଏମିତି ହୋଇଥିଲା । ମୋର ମନେ ଅଛି ଟସ ଡାକିବା ପରେ ମାହି ନିଶ୍ଚିତ ନଥିଲେ ଏବଂ ମତେ କହିଲେ ‘ତୁମେ ଟେଲ ଡାକିଲ କି’ ଏବଂ ମୁଁ କହିଲି ନା ମୁଁ ହେଡ ଡାକିଲି,’’ ବୋଲି ସାଙ୍ଗାକାରା କହିଛନ୍ତି ।

“ମ୍ୟାଚ ରେଫରି ସେତେବେଳେ କହିଥିଲେ ମୁଁ ପ୍ରକୃତରେ ଟସ ଜିତିଛି, ମାହି ମଧ୍ୟ କହିଲେ ସେ ଜିତି ନାହାନ୍ତି । ସେତେବେଳେ ଟିକିଏ ଦ୍ବନ୍ଦ ଦେଖାଦେଇଥିଲା ଏବଂ ମାହି କହିଲେ କଏନ ଆଉ ଥରେ ଟସ କରିବା ଏବଂ ପୁଣି ଥରେ ଟସ ପଡିଥିଲା ।

“ମୁଁ ଜାଣିନି ଏହା ମୋର ଭାଗ୍ୟ ଥିଲା କି କଣ ମୁଁ ଟସ ଜିତିଲି । ମୁଁ ଭାବୁଛି ବୋଧହୁଏ ମୁଁ ଟସ ହାରିଥିଲେ ଭାରତ ବ୍ୟାଟିଂ କରିଥାନ୍ତା,’’ ବୋଲି କହିଛନ୍ତି ସାଙ୍ଗାକାରା ।

ଟ୍ରଫି ଜିତିବାରେ ସକ୍ଷମ ନହେବା ବିଷୟରେ ସାଙ୍ଗାକାରା କହିଛନ୍ତି, “ଆମେ ଜିତିବା କିମ୍ବା ହାରିଯିବା, କିନ୍ତୁ ଜିତ ହେଉ କି ହାର ହେଉ ଆମର ନିଜ ଉପରେ ନିୟନ୍ତ୍ରଣ ରହେ । ସେହି ହସରେ ଖୁବ ନିରାଶା ଥିଲା, ଅନେକ ଦୁଃଖ ଥିଲା ଆଉ 20 ମିଲିୟନ ଶ୍ରୀଲଙ୍କାବାସୀଙ୍କ ଆଶା ଥିଲା ଯେଉଁମାନେ ଏହା ପାଇଁ 1996ରୁ ଅପେକ୍ଷା କରିଥିଲେ । 2011 ରେ 2007ରେ ଆମ ପାଖରେ ସୁଯୋଗ ଥିଲା, 2009 ଓ 2012ରେ ମଧ୍ୟ ଟି-20 ବିଶ୍ବକପରେ ଆମ ପାଖରେ ଜିତିବାର ମଉକା ଥିଲା ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.