ETV Bharat / sports

ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ଭାଙ୍ଗିପଡିଛନ୍ତି ଧୋନି - MS Dhoni shocked after hearing Sushant's news

2016 ନିର୍ମିତ ଚଳଚ୍ଚିତ୍ର “ଏମ୍ଏସ ଧୋନି, ଦ ଅନଟୋଲ୍ଡ ଷ୍ଟୋରୀ’’ରେ ଧୋନିଙ୍କ ଭୂମିକାରେ ଅଭିନୟ କରିଥିଲେ ସୁଶାନ୍ତ ସିଂ ରାଜପୁତ ।

ms-dhoni-shocked-after-hearing-sushant-singh-rajputs-demise
ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ଭାଙ୍ଗିପଡିଛନ୍ତି ଧୋନି
author img

By

Published : Jun 16, 2020, 7:23 PM IST

ହାଇଦ୍ରାବାଦ: ଗତ ରବିବାର ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ଶୁଣିବା ପରେ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି ଭାଙ୍ଗି ପଡ଼ିଛନ୍ତି ବୋଲି ସୂଚନା ରହିଛି । 34 ବର୍ଷୀୟ ଅଭିନେତା ତାଙ୍କ ମୁମ୍ବାଇ ବାସଭବନରେ ଆତ୍ମହତ୍ୟା କରିଥିଲେ ।

2016 ନିର୍ମିତ ଚଳଚ୍ଚିତ୍ର “ଏମ୍ଏସ ଧୋନି, ଦ ଅନଟୋଲ୍ଡ ଷ୍ଟୋରୀ’’ରେ ଧୋନିଙ୍କ ଭୂମିକାରେ ଅଭିନୟ କରିଥିଲେ ସୁଶାନ୍ତ ସିଂ ରାଜପୁତ । ଏହି ଭୂମିକା ପାଇଁ ସୁଶାନ୍ତଙ୍କୁ ପୂର୍ବତନ ଭାରତୀୟ ୱିକେଟ୍ କିପର କରୀଣ ମୋରେ ତାଲିମ ଦେଇଥିଲେ । ସିନେମାରେ ଧୋନିଙ୍କ ଚରିତ୍ର ନିଭାଇବା ପାଇଁ ପ୍ରାୟ 9 ମାସ ଧୋନିଙ୍କ ସହ ଅଙ୍ଗାଙ୍ଗି ଭାବେ ଜଡିତ ଥିଲେ ସୁଶାନ୍ତ । ଅଭିନୟ ପ୍ରତି ତାଙ୍କର ଏପରି ଉତ୍ସର୍ଗୀକୃତ ଥିଲା ଯେ ଟ୍ରେନିଂ ସମୟରେ ଅନେକ ଥର ତାଙ୍କ ହାତରେ ଆଘାତ ଲାଗିଥିଲେ ମଧ୍ୟ ସେ ଚେଷ୍ଟା ଜାରି ରଖିଥିଲେ । ସିନେମାରେ 2011 ବିଶ୍ବକପ ଫାଇନାଲ ମ୍ୟାଚକୁ ଅବିକଳ ଭାବେ ଚିତ୍ରଣ କରାଯାଇଥିଲା । ସେହିପରି ଧୋନିଙ୍କ ସେହି ବିଜୟୀ ହେଲିକପ୍ଟର ସଟ୍କକୁ ମଧ୍ୟ ନିଚ୍ଛକ ଭାବେ ଚିତ୍ରଣ କରାଯାଇଥିଲା ।

ଖବର ମୁତାବକ ସୁଶାନ୍ତଙ୍କ ମୃତ୍ୟୁର ଦୁଃଖଦ ଖବର ଜଣାଇବା ପାଇଁ ଫିଲ୍ମର ନିର୍ଦ୍ଦେଶକ ନୀରଜ ପାଣ୍ଡେ ରବିବାର ଅପରାହ୍ନରେ ଧୋନିଙ୍କୁ ଡାକିଥିଲେ । “ମାହି ଭାଇଙ୍କୁ ଡାକିବା ବ୍ୟତୀତ ମୁଁ ତାଙ୍କର ଦୁଇ ବନ୍ଧୁ ମିହିର ଦିୱାକର ଏବଂ ଅରୁଣ ପାଣ୍ଡେଙ୍କୁ ମଧ୍ୟ ଡାକିଥିଲି । ଏଭଳି ଦୁଃଖଦାୟକ ଖବର ଶୁଣି ସମସ୍ତେ ସବ୍ଧ ହୋଇଯାଇଥିଲେ । ବିଶେଷ କରି ଧୋନି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ’’ ବୋଲି ନୀରଜ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.