ETV Bharat / sports

ଧୋନିଙ୍କୁ ହୃଦୟଭରା ଚିଠି ଲେଖିଲେ ମୋଦି, ଏମିତି ଉତ୍ତର ରଖିଲେ ମାହି - ମୋଦିଙ୍କ ହୃଦୟଭରା କୃତଜ୍ଞତା ଚିଠି

ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ଉଦ୍ଦେଶ୍ୟରେ ଏକ ହୃଦୟଭରା କୃତଜ୍ଞତା ଚିଠି ଲେଖିଛନ୍ତି ।

MS Dhoni shares letter of appreciation from PM Modi following international retirement
ଧୋନିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟଭରା ଭାବୁକ କୃତଜ୍ଞତା ପତ୍ର
author img

By

Published : Aug 20, 2020, 3:17 PM IST

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ଉଦ୍ଦେଶ୍ୟରେ ଏକ ହୃଦୟଭରା କୃତଜ୍ଞତା ପତ୍ର ଲେଖିଛନ୍ତି । ତେବେ ଏହି ଚିଠିକୁ ଧୋନି ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • An Artist,Soldier and Sportsperson what they crave for is appreciation, that their hard work and sacrifice is getting noticed and appreciated by everyone.thanks PM @narendramodi for your appreciation and good wishes. pic.twitter.com/T0naCT7mO7

    — Mahendra Singh Dhoni (@msdhoni) August 20, 2020 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ଧୋନିଙ୍କୁ ଏକାଧାରାରେ ଜଣେ କଳାକାର, ସୈନିକ ଓ କ୍ରୀଡାବିତ ବୋଲି ସମ୍ବୋଧନ କରିବା ସହ, ଦେଶ ପ୍ରତି ନିଷ୍ଠାପର ସେବା ଓ ବଳିଦାନକୁ ସମ୍ମାନ ଜଣାଇଛନ୍ତି । ଏଥିସହିତ ବିଶ୍ବ କ୍ରିକେଟର ଇତିହାସରେ ଜଣେ ମହାନ ବ୍ୟାଟ୍ସମ୍ୟାନ ଓ ମହାନତମ କ୍ୟାପଟେନ ଭାବେ ଧୋନିଙ୍କ ନାମ ସଦାସର୍ବଦା ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶଂସା ପତ୍ରରେ ଲେଖିଛନ୍ତି । ଏଥିସହିତ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଧୋନି ଗତ 15 ଅଗଷ୍ଟ ସ୍ବାଧୀନତା ଦିବସ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି । କ୍ୟାପଟେନ ଭାବେ ଧୋନି ଭାରତକୁ ଆଇସିସିର ସମସ୍ତ ଟୁର୍ଣ୍ଣାମେଣ୍ଟରେ ବିଜେତା କରାଇଛନ୍ତି । ପ୍ରାୟ 16 ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ଦେଶ ପାଇଁ 350 ଦିନିକିଆ, 90 ଟେଷ୍ଟ ଓ 98 ଟି-20 ମ୍ୟାଚ ଖେଳିଛନ୍ତି ଟିମ ଇଣ୍ଡିଆର ସଫଳତମ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ।

ଆସନ୍ତା ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲର 13ତମ ସଂସ୍କରଣରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ଭାବେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.