ମେଲବର୍ଣ୍ଣ: ପୁଣି ନିଜ ସ୍ଥାନକୁ ଫେରିଲେ କ୍ୟାପ୍ଟେନ କୁଲ । ପୁଣି ଦଳ ଭାର ନିଜ କାନ୍ଧରେ ରଖିବେ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତେବେ ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏମିତି ଏକ ଦଳର ଘୋଷଣା ହୋଇଛି ଯେଉଁ ଦଳ ଅଧିନାୟକ ବନିଛନ୍ତି ଏଭରଗ୍ରୀନ ଏମଏସଡି । ତେବେ ଏହି ଦଳ ହେଉ ଚଳିତ ଦଶନ୍ଧିର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଦଳ ।
କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ଚଳିତ ଦଶନ୍ଧିର ନିଜର ଶ୍ରେଷ୍ଠ ଦଳ ଘୋଷଣା କରିଛି । ଯେଉଁଥିରେ ଧୋନିଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି ସିଏ । ଧୋନିଙ୍କ ବ୍ୟତୀତ ଦଳରେ ଅନ୍ୟ ଭାରତୀୟ କ୍ରିକେଟର ଭାବେ ରହିଛନ୍ତି ହିଟମ୍ୟାନ ରୋହିତ ଶର୍ମା ଓ ରନମେସିନ ବିରାଟ କୋହଲି ।
ଧୋନି ଚଳିତ ଦଶନ୍ଧିର ଶ୍ରେଷ୍ଠ ମ୍ୟାଚ ଫିନିସର ଓ ଅଧିନାୟକ ବୋଲି ସିଏ କହିଛି । ଗତ 2011ରେ ଭାରତରେ ଆୟୋଜନ ହୋଇଥିବା ବିଶ୍ବକପରେ ଧୋନିଙ୍କ ପ୍ରଦର୍ଶନ ଓ ତାଙ୍କ ନେତୃତ୍ବ ପାଇଁ ସିଏ ନିଜ ଟିମ ଅଧିନାୟକ ପଦ ଧୋନିଙ୍କୁ ଦେଇଛି ବୋଲି ଉଲ୍ଲେଖ କରିଛି । ସେହିପରି ଧୋନିଙ୍କ ନେତୃତ୍ବରେ ଭାରତ ଚଳିତ ଦଶନ୍ଧିର ଗୋଲ୍ଡେନ ଟିମ ବୋଲି ମଧ୍ୟ ସିଏ କହିଛି ।
ଧୋନି ଏହି ଦଶନ୍ଧିରେ ଭାରତ ପାଇଁ ରନ ଚେଜ କରି 28ଥର ଅପରାଜିତ ରହିଥିବା ସିଏ ଦର୍ଶାଇଛି । ଏଥିସହ ୱିକେଟ ପଛରେ ଧୋନିଙ୍କ ଷ୍ଟମ୍ପିଂ ମଧ୍ୟ ଅବିଶ୍ବନୀୟ ବୋଲି ସିଏ କହିଛି । ଅନ୍ୟପଟେ ରୋହିତ ଶର୍ମାଙ୍କୁ ପୂର୍ବତନ ଦକ୍ଷିଣ ଆଫ୍ରିକା ଓପନର ହାସିମ ଆମଲାଙ୍କ ସହ ସ୍ଥାନ ପାଇଛନ୍ତି ।
- ଦଶନ୍ଧିର ସିଏ ଦଳ: ରୋହିତ ଶର୍ମା, ହାସିମ ଆମଲା, ବିରାଟ କୋହଲି, ଏବି ଡିଭିଲର୍ସ, ଶାକିବ ଉଲ ହାସନ, ଜୋସ ବଟଲର, ଏମଏସ ଧୋନି, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଲସିଥ ମାଲିଙ୍ଗା, ଲସିଦ ଖାନ ।