ETV Bharat / sports

ଗମ୍ଭୀରଙ୍କ ପ୍ରସ୍ତାବ, ଜେଟଲୀଙ୍କ ନାମନୁସାରେ ହେଉ ଯମୁନା ସ୍ପୋର୍ଟସ କମ୍ପଲେକ୍ସ

author img

By

Published : Aug 27, 2019, 10:29 AM IST

ପୂର୍ବ ଭାରତୀୟ କ୍ରିକେଟର ତଥା ପୂର୍ବ ଦିଲ୍ଳୀର ବିଜେପି ସାଂସଦ ଗୌତମ ଗମ୍ଭୀର ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ ଅରୁଣ ଜେଟଲୀଙ୍କ ସମ୍ମାନରେ ଯମୁନା ସ୍ପୋର୍ଟସ କମ୍ପଲେକ୍ସର ନାଁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସ୍ବର୍ଗତଃ ଜେଟଲୀ ଓ କ୍ରିକେଟ ମଧ୍ୟରେ ବେଶ୍‌ ନିବିଡ ସମ୍ପର୍କ ରହିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ : ପୂର୍ବ ଭାରତୀୟ କ୍ରିକେଟର ତଥା ପୂର୍ବ ଦିଲ୍ଳୀର ବିଜେପି ସାଂସଦ ଗୌତମ ଗମ୍ଭୀର ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ ଅରୁଣ ଜେଟଲୀଙ୍କ ସମ୍ମାନରେ ଯମୁନା ସ୍ପୋର୍ଟସ କମ୍ପଲେକ୍ସର ନାଁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ସେହି ସ୍ପୋର୍ଟସ କମ୍ପଲେକ୍ସର ନାଁ ସ୍ବର୍ଗତଃ ଅରୁଣ ଜେଟଲୀଙ୍କ ନାଁରେ ପରିବର୍ତ୍ତନ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ଗମ୍ଭୀର ।

goutam gambhir
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@GautamGambhir

ଏଥିପାଇଁ ଗୌତମ ଗମ୍ଭୀର ଦିଲ୍ଲୀର ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କୁ ଚିଠି ଲେଖିଛନ୍ତି । ଏଥିସହ ନିଜର ସହ ନିଜର ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଅରୁଣ ଜେଟଲୀଙ୍କ ପାଇଁ ଆମ ମାନଙ୍କ ହୃଦୟରେ ସମ୍ମାନ ରହିଛି । ଆମେ ଚାହୁଁ ଆମମାନଙ୍କ ହୃଦୟରେ ସର୍ବଦା ରୁହନ୍ତୁ । ଏଥିପାଇଁ ମୁଁ ପ୍ରିୟନେତାଙ୍କ ସମ୍ମାନରେ ଯମୁନା ସ୍ପୋର୍ଟସ କମ୍ପଲେକ୍ସର ନାଁ ପରିବର୍ତ୍ତନ କରି ଅରୁଣ ଜେଟଲୀ ସ୍ପୋର୍ଟସ କମ୍ପଲେକ୍ସ ରଖିବାର ପ୍ରସ୍ତାବ ରଖୁଛି ।

ସୂଚନାଥାଉକି, ଜେଟଲୀ ବେଶ୍‌ କ୍ରିକେଟ ପ୍ରିୟ ଥିଲେ। ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ)ର ପୂର୍ବତନ ଅଧ୍ୟକ୍ଷ ଓ ବିସିସିଆଇର ପୂର୍ବତନ ଉପାଧ୍ୟକ୍ଷ ବି ରହିଛନ୍ତି ସ୍ବର୍ଗତଃ ଅରୁଣ ଜେଟଲୀ।

Intro:Body:

ppp

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.