ହାଇଦ୍ରାବାଦ: ଚଳିତ ଆଇପିଏଲ ସିଜନ ପାଇଁ ଗତ 18 ତାରିଖ ଦିନ ନିଲାମୀ ପ୍ରକ୍ରିୟା ଆୟୋଜିତ ହୋଇଥିଲା । ତେବେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର 3ଜଣ ଖେଳାଳିଙ୍କୁ କିଣିଛି । ଏହାପରେ ଅସନ୍ତୁଷ୍ଟ ଜାହିର କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ ଅସୋସିଏସନର ଅଧ୍ୟକ୍ଷ ମହମ୍ମଦ ଆଝାରୁଦ୍ଦିନ ।
-
Very disappointed not to see a single player from Hyderabad in the Hyderabad Sunrisers Team #IPLAuction @SunRisers @IPL
— Mohammed Azharuddin (@azharflicks) February 18, 2021 " class="align-text-top noRightClick twitterSection" data="
">Very disappointed not to see a single player from Hyderabad in the Hyderabad Sunrisers Team #IPLAuction @SunRisers @IPL
— Mohammed Azharuddin (@azharflicks) February 18, 2021Very disappointed not to see a single player from Hyderabad in the Hyderabad Sunrisers Team #IPLAuction @SunRisers @IPL
— Mohammed Azharuddin (@azharflicks) February 18, 2021
ମହମ୍ମଦ ଆଝାରୁଦ୍ଦିନ କହିଛନ୍ତି ଯେ, ସନରାଇଜର୍ସ ହାଇଦ୍ରାବାଦ ଟିମରେ ଜଣେ ବି ହାଇଦ୍ରାବାଦ ଖେଳାଳିଙ୍କୁ ନଦେଖି ନିରାଶ ଅଛି ।
ସୂଚନାଥାଉକି, ଆଇପିଏଲ ନିଲାମୀରେ ହାଇଦ୍ରାବାଦ ଦଳ କେଦାର ଯାଦବ, ଜଗଦୀଶ ସୁଚିଥ ଓ ମୁଜିବ ଉର ରହମାନଙ୍କୁ କିଣିଛି ।
ନିଲାମୀ ପୂର୍ବରୁ ଦଳ ପୃଥ୍ବୀରାଜ ୟର୍ରଙ୍କୁ ରିଲିଜ କରି ଦେଇଥିଲା । ଫଳରେ ଏବେ କୌଣସି ହାଇଦ୍ରାବାଦ ଖେଳାଳି ଟିମ୍ରେ ନାହାଁନ୍ତି ।