ଗାଲେ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କ ରିପୋର୍ଟ ନେଗେଟିଭ ଆସିଛି । ଇଂଲଣ୍ଡ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ଆସିଛନ୍ତି । ଉଭୟଙ୍କ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଉଛି । ସୂଚନାଥାଉକି, ଇଂଲଣ୍ଡ ଦଳ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଅଲିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା ।
ଏକ ମିଡିଆ ରିପୋର୍ଟ ଅନୁସାରେ, ମୋଇନଙ୍କୁ 10ଦିନ ପାଇଁ କ୍ବାରେଣ୍ଟାଇନ କରାଯାଇଥିଲା କିନ୍ତୁ ତାଙ୍କ ଠାରେ ନୂତନ ଷ୍ଟ୍ରେନର ଭୂତାଣୁ ଠାବ ହେବା ତାଙ୍କର ଆଇସୋଲେସନ ଅବଧି 13 ଦିନକୁ କରିଥିଲା ଶ୍ରୀଲଙ୍କା ସରକାର ।
ତେବେ ସେ ନିଜର କ୍ବାରେଣ୍ଟାଇନ ଅବଧି ସମାପ୍ତ କରିଛନ୍ତି । ଏହି ସମୟରେ ତାଙ୍କର 2ଥର କୋରୋନା ଟେଷ୍ଟ ହୋଇଥିଲା । ତାଙ୍କର ରିପୋର୍ଟ ନେଗେଟିଭ ଆସିଛି । ଫଳରେ ସେ ନିଜ ଦଳ ସହ ସାମିଲ ହୋଇଛନ୍ତି । ତେବେ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ । ସମ୍ଭବତଃ ସେ 2ୟ ଟେଷ୍ଟରେ ନିଜର ସ୍ଥାନ ସଂରକ୍ଷିତ ରଖି ପାରନ୍ତି ।
ମୋଇନଙ୍କ ସାଥୀ ଖେଳାଲି ସାମ କରଣ କହିଛନ୍ତି ଯେ, ମୋଇନଙ୍କ ପ୍ରତ୍ୟାବର୍ତ୍ତନ ଦଳ ପାଇଁ ଭଲ କଥା । କାମ ଆମେ ସମସ୍ତେ ଜାଣିଛୁ ସେ ଜଣେ ସାନଦାର ଖେଳାଳି । ବାସ୍ତବରେ ବିଗତ କିଛି ଦିନ ତାଙ୍କ ପାଇଁ ବେଶ୍ କଠିନ ଥିଲା । ସେହି ସ୍ଥିତିରେ କେହି ଆସିବାକୁ ଚାହିଁବେ ନାହିଁ ।