ETV Bharat / sports

ମହିଳା ଟି-20 ବିଶ୍ବକପ ଫାଇନାଲ: ସ୍ବାମୀଙ୍କ କାରନାମାର ପୁନରାବୃତି କଲେ ସ୍ତ୍ରୀ

author img

By

Published : Mar 8, 2020, 3:41 PM IST

Updated : Mar 8, 2020, 4:53 PM IST

ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଦଳର ପାଳିରେ ସାମିଲ ଅଛି ଓପନର ତଥା ୱିକେଟକିପର ବ୍ୟାଟ୍ସଓମେନ ଆଲିସା ହେଲିଙ୍କ 75ରନ ବିଶାଳ ପାଳି । ଆଉ ଯାହାକୁ ଗ୍ୟାଲେରୀରେ ବସି ଉପଭୋଗ କରିଛନ୍ତି ସ୍ବାମୀ ମିଚେଲ ଷ୍ଟାର୍କ ।

mitchell-starc-cheer-for-wife-alyssa-healy-in-womens-t20-world-cup-final
ମହିଳା ଟି-20 ବିଶ୍ବକପ ଫାଇନାଲ: ସ୍ବାମୀଙ୍କ କାରନାମର ପୂନରାବୃତି କଲେ ସ୍ତ୍ରୀ

ମେଲବୋର୍ଣ୍ଣ: ଚଳିତ ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲରେ ଆକ୍ରମଣାତ୍ମକ ରୂପ ଦେଖାଇଛି ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ ଆସି ଭାରତୀୟ ବୋଲରଙ୍କୁ ଖୁବ ଧୋଇଛନ୍ତି କଙ୍ଗାରୁ ଦଳର ବ୍ୟାଟ୍ସ ଓମେନ । ଦଳର ପାଳିରେ ସାମିଲ ଅଛି ଓପନର ତଥା ୱିକେଟକିପର ବ୍ୟାଟ୍ସ ଓମେନ ଆଲିସା ହେଲିଙ୍କ 75ରନ ବିଶାଳ ପାଳି । ଆଉ ଯାହାକୁ ଗ୍ୟାଲେରୀରେ ବସି ଉପଭୋଗ କରିଛନ୍ତି ସ୍ବାମୀ ମିଚେଲ ଷ୍ଟାର୍କ ।

  • The two highest opening stands of the tournament ✅
    The two leading run-scorers in the tournament ✅
    The two highest #T20WorldCup final scores ever ✅

    Sum up the Healy-Mooney partnership in an emoji 🔥 pic.twitter.com/EU7B7Mu5RJ

    — T20 World Cup (@T20WorldCup) March 8, 2020 " class="align-text-top noRightClick twitterSection" data=" ">

ତେବେ ଆଜି ମ୍ୟାଚରେ ଏହି ବିସ୍ଫୋରକ ପାଳି ଖେଳିଥିବା ହେଲି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଆଇସିସି ଫାଇନାଲ ଇଭେଣ୍ଟରେ ପ୍ରଥମ ଖେଳାଳି ଭାବେ ଦୃତତମ ଅର୍ଦ୍ଧଶତକ ପୂରଣ କରିଛନ୍ତି । ତାଙ୍କୁ ଅର୍ଦ୍ଧଶତକ ପୂରଣ କରିବା ଲାଗି ମାତ୍ର 30 ବଲ ଆବଶ୍ୟକ ହୋଇଥିଲା । ତେବେ ହେଲି 39ବଲରୁ 75ରନର ବିସ୍ଫୋରକ ପାଳି ଖେଳିଛନ୍ତି ।

ଉଲ୍ଲେଖଥାଉକି, ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଦିନିକିଆ ସିରିଜ ଛାଡି ଷ୍ଟାର୍କ ମେଲବୋର୍ଣ୍ଣରେ ସ୍ତ୍ରୀଙ୍କ ଫାଇନାଲ ମ୍ୟାଚ ଦେଖିବାକୁ ପହଞ୍ଚିଥିଲା ​​| ତେବେ ଆଜି ଘରୋଇ ଅଷ୍ଟ୍ରେଲିଆ ଦଳର ଏହି ଜବରଦସ୍ତ ପାଳିରେ ହେଲିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି, ଯେମିତି 2015 ପୁରୁଷ ବିଶ୍ବକପରେ ଅଷ୍ଟ୍ରେଲିଆକୁ ବିଜୟୀ କରିବାରେ ସ୍ବାମୀ ଷ୍ଟାର୍କଙ୍କର ଭୂମିକା ରହିଥିଲା । ଷ୍ଟାର୍କ ପ୍ରଥମ ଓଭରରେ ବ୍ଲାକ୍ କ୍ୟାପ୍ସର ଅଧିନାୟକ ବ୍ରେଣ୍ଡନ୍ ମ୍ୟାକକୁଲମ୍ଙ୍କୁ ଆଉଟ କରି ଅଷ୍ଟ୍ରେଲିୟା ବିଜୟର ମୂଳଦୂଆ ପକାଇଥିଲେ । ତେବେ ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ମାତ୍ର 183 ରନ୍ କରି ପାରିଥିଲା ନ୍ୟୁଜିଲାଣ୍ଡ ଦଳ । ଆଉ ନିର୍ଦ୍ଧାରିତ ବିଜୟ ଲକ୍ଷ୍ୟକୁ 7 ୱିକେଟ୍ ହାସଲ କରିନେଇଥିଲା ଘରୋଇ କଙ୍ଗାରୁ ଦଳ ।

Last Updated : Mar 8, 2020, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.