ETV Bharat / sports

ମୁଖ୍ୟ କୋଚର ପଦରୁ ଇସ୍ତଫା ଦେଲେ ମାଇକ ହେସନ

10ମାସ ଯାଏଁ ପଞ୍ଜାବର ମୁଖ୍ୟ କୋଚ ଭାବେ ଦାସିତ୍ବ ତୁଲାଇଥିବା ନ୍ୟୁଜିଲାଣ୍ଡର ମାଇକ ହେସନ କିଙ୍ଗସ XI ପଞ୍ଜାବର ମୁଖ୍ୟ କୋଚର ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ନିଜର ଟ୍ବିଟର ଆକାଉଣ୍ଟରେ ଏକ ଭାବୁକଭରା ପୋଷ୍ଟ ଲେଖିଛନ୍ତି ।

author img

By

Published : Aug 8, 2019, 5:38 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡର ମାଇକ ହେସନ କିଙ୍ଗସ୍‌XI ପଞ୍ଜାବର ମୁଖ୍ୟ କୋଚର ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଟ୍ବିଟର ଆକାଉଣ୍ଟରେ କିଙ୍ଗସ୍‌XIରୁ ବିଦାୟ ନେଇଥିବା ଉଲ୍ଲେଖ କରିଛନ୍ତି ।

mike hesson
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@CoachHesson

ହେସନ ନିଜର ଟ୍ବିଟରରେ ଲେଖିଛନ୍ତି , ମୁଁ ପଞ୍ଜାବ ଫ୍ରାଞ୍ଚାଇଜ ସହ ଅନେକ ଖୁସିର ମୁହୂର୍ତ୍ତ ଅତିବାହିତ କରିଛି ଓ ମୋତେ କୋଚ ଭାବେ ନିଯୁକ୍ତି ଦେଇଥିବାରୁ ଧନ୍ୟବାଦ ଜଣାଉଛି । କିନ୍ତୁ ଏହି ବର୍ଷ ଯେଉଁ କାମ କରିଥିଲୁ ସେଥିରେ ଆଗକୁ ବଢି ପାରିଲୁନି ଏହି ଦୁଃଖ ମୋ ମନରେ ରହିବ । ମତେ ବିଶ୍ବାସ ଅଛି ସଫଳତା ତାଙ୍କ ଠାରୁ ଅଧିକ ଦୂରରେ ନାହିଁ । ମୁଁ ଭବିଷ୍ୟତ ପାଇଁ ଦଳକୁ ଶୁଭକାମନା ଦେବାକୁ ଚାହେଁ ।

ସୂଚନାଥାଉକି, ମାଇକ ହେସନ 10ମାସ ଯାଏଁ ପଞ୍ଜାବର କୋଚ ରହିଥିଲେ ।
ଏପଟେ ଭାରତୀୟ ଟିମର ମୁଖ୍ୟ କୋଚ ପାଇଁ ଦେସନ ଆବେଦନପତ୍ର ଦାଖଲ କରିଛନ୍ତି । ସେ ପୂର୍ବରୁ ନ୍ୟୁଜିଲାଣ୍ଡର ମୁଖ୍ୟ କୋଚ ଭାବେ 6ବର୍ଷ ହେଲା ଦାୟିତ୍ବ ସମ୍ପାଦନ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.