ଆବୁଧାବି: ଲିଗ୍ର 27ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 5 ଓ୍ବିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି । ଅନ୍ୟପଟେ ଦିଲ୍ଲୀ 2ୟ ସ୍ଥାନରେ ରହିଛି । ତେବେ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିବା କ୍ବିଣ୍ଟନ୍ ଡି କକ୍ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।
-
Quinton de Kock bags the Man of the Match award for his brilliant knock of 53 against the #DelhiCapitals #Dream11IPL pic.twitter.com/2icqrmedWG
— IndianPremierLeague (@IPL) October 11, 2020 " class="align-text-top noRightClick twitterSection" data="
">Quinton de Kock bags the Man of the Match award for his brilliant knock of 53 against the #DelhiCapitals #Dream11IPL pic.twitter.com/2icqrmedWG
— IndianPremierLeague (@IPL) October 11, 2020Quinton de Kock bags the Man of the Match award for his brilliant knock of 53 against the #DelhiCapitals #Dream11IPL pic.twitter.com/2icqrmedWG
— IndianPremierLeague (@IPL) October 11, 2020
ରବିବାର ଶୈଖ ଜାଏଦ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଧଓ୍ବନଙ୍କ 69* ଓ ଅଧିନାୟକ ଆୟରଙ୍କ 42ରନ୍ର ଇଂନିସ ସହାୟତାରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ ହରାଇ 162ରନ୍ ସଂଗ୍ରହ କରିଥିଲା । 2ଖେଳାଳିଙ୍କ ବ୍ୟତୀତ ଅଜିଙ୍କ୍ୟ ରାହାଣେ 15, ପୃଥ୍ବୀ ଶ' 4, ମାର୍କସ ଷ୍ଟୋଇନିସ 13 ଓ ଆଲେକ୍ସ କ୍ୟାରୀ 14ରନ୍ ସଂଗ୍ରହ କରିଥିଲେ ।
-
What a WWWWin! 😎💙#OneFamily #MumbaiIndians #MI #Dream11IPL #MIvDC @surya_14kumar @QuinnyDeKock69 pic.twitter.com/HIG7g4uv12
— Mumbai Indians (@mipaltan) October 11, 2020 " class="align-text-top noRightClick twitterSection" data="
">What a WWWWin! 😎💙#OneFamily #MumbaiIndians #MI #Dream11IPL #MIvDC @surya_14kumar @QuinnyDeKock69 pic.twitter.com/HIG7g4uv12
— Mumbai Indians (@mipaltan) October 11, 2020What a WWWWin! 😎💙#OneFamily #MumbaiIndians #MI #Dream11IPL #MIvDC @surya_14kumar @QuinnyDeKock69 pic.twitter.com/HIG7g4uv12
— Mumbai Indians (@mipaltan) October 11, 2020
ତେବେ ବିପକ୍ଷ ଦଳ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା 2 ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । 163ରନ୍ର ବିଜୟ ଲକ୍ଷ୍ୟ ନେଇ ରୋହିତଙ୍କ ଟିମ୍ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ତେବେ ପ୍ରଥମେ ରୋହିତ ଶର୍ମା 5ରନ୍ କରି ଆଉଟ ପରେ ଓପନର କ୍ବିଣ୍ଟନ୍ ଡି କକ୍ (53ରନ୍, 36ବଲ୍,4 ଚୌକା ଓ 3ଛକା) ଓ ସୂର୍ଯ୍ୟକୁମାର ଯାଦବ(53ରନ୍, 32ବଲ୍,6ଚୌକା,1ଛକା) ଉଭୟଙ୍କ ଅର୍ଦ୍ଧଶତକ ଇଂନିସ ବଳରେ ଦଳକୁ ମଜବୁତ ଆରମ୍ଭ ମିଳିଥିଲା । ପରେ ସୂର୍ଯ୍ୟ କୁମାର 28ରନ୍ର ଇଂନିସ ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ତେବେ ଦଳ ପକ୍ଷରୁ କିରନ ପୋଲାର୍ଡ 11, କ୍ରୁନାଲ ପାଣ୍ଡ୍ୟା 12 ରନ୍ର ଯୋଗଦାନ ଦେଇ 19.4ଓଭରରେ 5 ଓ୍ବିକେଟ ହାରାଇ ଟିମ 166ରନ୍ ହାସଲ କରି ନେଇଥିଲା । ଏହି ବିଜୟ ପରେ ମୁମ୍ବାଇ 10 ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଛି ।
-
The @mipaltan have regained top spot in the Points Table after Match 27 of #Dream11IPL pic.twitter.com/kB2Z0IOr2S
— IndianPremierLeague (@IPL) October 11, 2020 " class="align-text-top noRightClick twitterSection" data="
">The @mipaltan have regained top spot in the Points Table after Match 27 of #Dream11IPL pic.twitter.com/kB2Z0IOr2S
— IndianPremierLeague (@IPL) October 11, 2020The @mipaltan have regained top spot in the Points Table after Match 27 of #Dream11IPL pic.twitter.com/kB2Z0IOr2S
— IndianPremierLeague (@IPL) October 11, 2020
ବିପକ୍ଷ ଦଳ ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା 2, ଅକ୍ସର ପଟେଲ,ରବିଚନ୍ଦ୍ରନ ଅଶ୍ବିନ ଓ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।