ଲଣ୍ଡନ: ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନେରୀଙ୍କ ବଡ ପଦକ୍ଷପ । କୋରୋନା ମହାମାରୀ ପାଇଁ ବିଶ୍ବର ଅନ୍ୟତମ କ୍ରିକେଟ ଲିଗରୁ ନିଜକୁ ପ୍ରତ୍ୟାହର କରିଛନ୍ତି । ଆଗାମୀ କାଉଣ୍ଟି ଚମ୍ପିଆନସିପ୍ ପାଇଁ ହେନେରୀ ନିଜ ଫ୍ରାଞ୍ଚାଇଜ୍ କେଣ୍ଟ କ୍ରିକେଟ୍ କ୍ଲବରେ ଯୋଗ ଦେବେନାହିଁ । ତେବେ ସେ ମାତ୍ର ପ୍ରଥମ ସାତୋଟି ମ୍ୟାଚ ଖେଳିବେ ନାହିଁ ।
ତେବେ ସାରା ବିଶ୍ବରେ କୋରୋନା ମହାମାରୀ ଆତଙ୍କ ପାଇଁ ଚଳିତ କାଉଣ୍ଟି କ୍ରିକେଟ୍ ଋତୁ ପାଇଁ ହେନେରୀ ଓ ତାଙ୍କ କ୍ଲବ ମଧ୍ୟ ଲିଗରୁ ନିଜକୁ ପ୍ରତ୍ୟାହର କରିଛନ୍ତି । ତେବେ ଏହା ହେନେରୀଙ୍କ ଏହା 2ୟ କାଉଣ୍ଟି କ୍ରିକେଟ ସିଜିନ ହୋଇଥାନ୍ତା । 2018 ରେ ନ୍ୟୁଜିଲାଣ୍ଡ ପେସର୍ ଏହି କ୍ଲବ ସହିତ ଖେଳି 11ଟି ମ୍ୟାଚରୁ 75 ୱିକେଟ୍ ହାସଲ କରିଥିଲେ ।
କେଣ୍ଟ୍ର କ୍ରିକେଟ୍ ନିର୍ଦ୍ଦେଶକ ପଲ୍ ଡାଉନଟନ୍ କହିଛନ୍ତି, ‘‘ଇସିବି ନିଷ୍ପତ୍ତି ଘୋଷଣା ପରେ ଅନ୍ତତ ମେ ମାସ ଶେଷ ପର୍ଯ୍ୟନ୍ତ କୌଣସି କ୍ରିକେଟ୍ ମ୍ୟାଚ ହେବ ନାହିଁ । ଆଉ ଏମିତି ହେଲେ ହେନେରୀ ଚଳିତ ସିଜିନରେ କେଣ୍ଟକୁ ଫେରିବ ନାହିଁ ।’’
@ians