ETV Bharat / sports

ମ୍ୟାଚ ଫିକ୍ସିଂ ଅପରାଧ: ବୁକି ସଞ୍ଜୀବଙ୍କ ନୂଆ ଠିକଣା ତିହାର ଜେଲ୍ - Sanjeev Chawla sends to Tihar jail

ମ୍ୟାଚ ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ବୁକି ସଞ୍ଜୀବଙ୍କ ନୂଆ ଠିକଣା ତିହାର ଜେଲ୍‌। ଦିନକ ପୂର୍ବରୁ ଟ୍ରାଏଲ କୋର୍ଟ ଦିଲ୍ଲୀ ପୋଲିସକୁ 12 ଦିନିଆ ପୋଲିସ ହେପାଜତରେ ପଠାଇବାକୁ ଅନୁମତି ଦେଇଥିଲେ। ମାତ୍ର ଦିଲ୍ଲୀ ହାଇକୋର୍ଟ ଏହି ରାୟ ଉପରେ ରହିତାଦେଶ ଲଗାଇବା ସହ ଦୋଷୀକୁ ତିହାର ଜେଲ୍‌କୁ ପଠାଇଛନ୍ତି । ଅଧିକ ଖବର ପଢନ୍ତୁ...

Match-fixing scandal
ବୁକି ସଞ୍ଜୀବର ନୂଆ ଠିକଣା ତିହାର ଜେଲ୍
author img

By

Published : Feb 15, 2020, 11:07 AM IST

ନୂଆଦିଲ୍ଲୀ: ମ୍ୟାଚ ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ବୁକି ସଞ୍ଜୀବଙ୍କ ନୂଆ ଠିକଣା ହୋଇଛି ତିହାର ଜେଲ୍‌ । ଦିନକ ପୂର୍ବରୁ ଟ୍ରାଏଲ କୋର୍ଟ ଦିଲ୍ଲୀ ପୋଲିସକୁ 12ଦିନିଆ ପୋଲିସ ହେପାଜତରେ ପଠାଇବାକୁ ଅନୁମତି ଦେଇଥିଲେ।

ମାତ୍ର ଦିଲ୍ଲୀ ହାଇକୋର୍ଟ ଏହି ରାୟ ଉପରେ ରହିତାଦେଶ ଲଗାଇବା ସହ ଦୋଷୀକୁ ତିହାର ଜେଲ୍‌କୁ ପଠାଇଛନ୍ତି । ଜଷ୍ଟିସ ଅନୁ ମଲହୋତ୍ରା ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। କୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ତିହାର ଜେଲ୍‌ରେ ରହିବେ ବୁକି ସଞ୍ଜୀବ ଚାୱଲା ।

ବର୍ଷ 2000ରେ ହୋଇଥିଲା ଏହି ହାଇପ୍ରୋଫାଇଲ ମ୍ୟାଚ ଫିକ୍ସିଂ ଘଟଣା। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ କ୍ରିକେଟ ସିରିଜରେ ବଡଧରଣର ମ୍ୟାଚ ଫିକ୍ସିଂ ସାମ୍ନାକୁ ଆସିଥିଲା । ଏଥିରେ ତତ୍କାଳୀନ ଦକ୍ଷିଣ ଆଫ୍ରକା କ୍ୟାପଟେନ ହନ୍ସି କ୍ରୋଜେ ସାମିଲ ଥିଲେ । ମାତ୍ର ଏକ ବିମାନ ଦୁର୍ଘଟଣାରେ 2002ରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଗତ ଗୁରୁବାର ଲଣ୍ଡନରୁ କ୍ରାଇମବ୍ରାଞ୍ଚ ସଞ୍ଜୀବଙ୍କୁ ଗିରଫ କରି ଭାରତ ଆଣିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.