ETV Bharat / sports

ବିଶ୍ବକପ: ଲୁଙ୍ଗି ଏନଗିଡି ଆହାତ, ଖେଳିବେନି ଭାରତ ବିପକ୍ଷ ମ୍ୟାଚ

author img

By

Published : Jun 3, 2019, 11:34 PM IST

ଦକ୍ଷିଣ ଆଫ୍ରିକା ଦଳର ଯୁବ ପେସର ଲୁଙ୍ଗି ଏନଗିଡି ଆହାତ ହୋଇଛନ୍ତି । ଫଳରେ ସେ ଆଗମୀ ଜୁନ-5ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚରେ ଖେଳିପାରିବେ ନାହିଁ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଲଣ୍ଡନ: ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପିଛା ଛାଡୁନି ଆହାତ ସମସ୍ୟା । ଦଳର ଜଣେଙ୍କ ପରେ ଜଣେ ଖେଳାଳି ଆହାତ ହେଉଛନ୍ତି । ତେବେ ଯୁବ ପେସ ବୋଲର ଲୁଙ୍ଗି ଏନଗିଡି ଆହାତ ହୋଇଛନ୍ତି । ଫଳରେ ସେ ଆଗମୀ ଜୁନ-5ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚରେ ଖେଳିପାରିବେ ନାହିଁ ।ପ୍ରକାଶ ଯେ, ବିଶ୍ବକପ ଯାତ୍ରା ଆରମ୍ଭରୁ ଦୁଇଟି ମ୍ୟାଚ ହାରି ସାରିଛି ଦକ୍ଷିଣ ଆଫ୍ରିକା ।

ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମଗୋଡ଼ର ମାଂସପେଶୀ ଟାଣି ହୋଇଛି। ତେଣୁ ସେ ମାତ୍ର 4 ଓଭର ବୋଲିଂ କରିପାରିଥିଲେ। ଆହତ ସମସ୍ୟା ଯୋଗୁ ତାଙ୍କୁ ୧୦ଦିନ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଟିମ୍‌ ଫିଜିଓ ମହମ୍ମଦ ମୁସାଜି କହିଛନ୍ତି । ତେବେ ପୂର୍ବରୁ ଆହାତ ହୋଇଥିବା ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ପେସର ଡେଲ୍‌ ଷ୍ଟେନ୍‌ ଭାରତ ବିପକ୍ଷ ମ୍ୟାଚ୍‌ରେ ଖେଳିବା ବିଶେଷ ସମ୍ଭାବନା ରହିଛି । ସେ ଏବେ ନେଟ୍ସରେ ବୋଲିଂ ଆରମ୍ଭ କରିଛନ୍ତି । ସେହିଭଳି ଓପନର ହାସିମ ଅମଲା ମଧ୍ୟ ଫିଟ୍‌ ଅଛନ୍ତି ।

ତେବେ ଜୁନ 5ତାରିଖରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ବିଶ୍ବକପରେ 3ୟ ମ୍ୟାଚ ଖେଳିବ । ଅନ୍ୟପଟେ ଏହି ମ୍ୟାଚରୁ ଭାରତ ମିଶନ ବିଶ୍ବକପ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.