ETV Bharat / sports

ବିଶ୍ବକପ: ଗପ୍ଟିଲଙ୍କୁ ଆଉଟ କଲା ପାଦ ଆଙ୍ଗୁଟି, ଜାଣନ୍ତୁ କେମିତି - world cup

ମ୍ୟାଚର 15ତମ ଓଭରରେ ଏପରି ଆଉଟ ହୋଇଥିଲେ ଗପ୍ଟିଲ । ଆଉ ଗପ୍ଟିଲଙ୍କ ଏମିତି ଆଉଟ ହେବାର କାରଣ ତାଙ୍କ ପାଦର ଆଙ୍ଗୁଟି ବୋଲି ଚର୍ଚ୍ଚା ହେଉଛି ।

ଫଟୋ ସୌଜନ୍ୟୃ- ସୋସିଆଲ ମିଡିଆ
author img

By

Published : Jun 21, 2019, 2:33 PM IST

Updated : Jun 21, 2019, 3:27 PM IST

ହାଇଦ୍ରାବାଦ: ଚଳିତ ବିଶ୍ୱକପରେ ଗୁରୁବାର ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ହିଟ ୱିକେଟ୍‌ ହୋଇ ଆଉଟ୍‌ ହୋଇଥିଲେ କିୱି ଦଳ ଓପନର ମାର୍ଟିନ୍ ଗପ୍ଟିଲ୍ । ତେବେ ମ୍ୟାଚର 15ତମ ଓଭରରେ ଏପରି ଆଉଟ ହୋଇଥିଲେ ଗପ୍ଟିଲ । ଆଉ ଗପ୍ଟିଲଙ୍କ ଏମିତି ଆଉଟ ହେବାର କାରଣ ତାଙ୍କ ପାଦର ଆଙ୍ଗୁଟି ବୋଲି ଚର୍ଚ୍ଚା ହେଉଛି ।

ତେବେ ପ୍ରଥମେ ବ୍ୟାଟିଂ କରି 241ରନର ଟାର୍ଗେଟ ଦେଇଥିଲା ଦକ୍ଷିଣ ଆଫ୍ରିକା । ଜବାବରେ ନ୍ୟୁଜିଲାଣ୍ଡ୍ ପକ୍ଷରୁ ଓପନ୍ କରିବାକୁ ଆସିଥିଲେ ଗପ୍ଟିଲ୍ ଓ କଲିନ୍ ମୁନରୋ । ମୁନରୋ ଆଉଟ ହେବା ପରେ ଗପ୍ଟିଲ୍ ଓ ଅଧିନାୟକ କେନ୍ ୱିଲିୟମସନ ଦଳର ପାଳିକୁ ସମ୍ଭାଳିଥିଲେ । ତେବେ ନ୍ୟୁଜିଲାଣ୍ଡ୍ ଇନିଂସର 15ତମ ଓଭରରେ ଗପ୍ଟିଲ୍ ମିଡ୍ ୱିକେଟ୍ ଅଞ୍ଚଳକୁ ସଟ୍ ଖେଳିବାକୁ ପ୍ରୟାସ କରିଥିଲେ । କିନ୍ତୁ ସେ ନିଜର ସନ୍ତୁଳନ ରକ୍ଷା କରିପାରିନଥିଲେ ଏବଂ ତାଙ୍କ ପଛ ପାଦ ଷ୍ଟମ୍ପରେ ବାଜିଥିଲା । ଫଳରେ ଗପ୍ଟିଲ ଆଉଟ ହୋଇ ପାଭିଲିୟନ ଫେରିଥିଲେ ।

ମାତ୍ର ଗପ୍ଟିଲଙ୍କ ଏପରି ସନ୍ତୁଳନ ହରାଇବା ପଛର କାରଣ ତାଙ୍କର ବାମ ପାଦରେ ନଥିବା 3ଟି ଆଙ୍ଗୁଟି । ତେବେ ଖୁବ କମ କ୍ରିକେଟପ୍ରେମୀ ଜାଣିଥିବେ ଗପ୍ଟିଲଙ୍କ ବାମ ପାଦରେ ମାତ୍ର 2ଟି ଆଙ୍ଗୁଟି ଅଛି । ସେଥିପାଇଁ ତାଙ୍କୁ "ମାର୍ଟି ଟୁ ଟୟଜେ" ନାମରେ କେହି କେହି ଡାକିଥାନ୍ତି । ଗପ୍ଟିଲ 13 ବୟସରେ ଏକ ଦୁର୍ଘଟଣାର ଶୀକାର ହୋଇଥିଲେ । ଯେଉଁଥିରେ ତାଙ୍କର 3ଟି ଆଙ୍ଗୁଟି କଟିଯାଇଥିଲା । ତେବେ ସେ ଦୁଇ ଆଙ୍ଗୁଟି ସହ ଓପନିଂ କରିବାକୁ ଆସିଥାନ୍ତି । ତେଣୁ ଗୁରୁବାର ମ୍ୟାଚରେ ସମ୍ପୁର୍ଣ୍ଣ ଟର୍ଣ୍ଣ ହୋଇଯିବା ଫଳରେ ନିଜର ସନ୍ତୁଳନ ହରାଇ ବସିଥିଲେ । ଆଉ ହିଟ ୱିକେଟ୍‌ ହୋଇ ଆଉଟ୍‌ ହୋଇଥିଲେ ।

Intro:Body:

blank

Conclusion:
Last Updated : Jun 21, 2019, 3:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.