ହାଇଦ୍ରାବାଦ: ଭାରତୀୟ ଓପନର ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ଟିଲ । ରୋହିତଙ୍କ କ୍ରିକେଟର ଫଟାଫଟ ଫର୍ମାଟରେ ସର୍ବାଧିକ ଛକା ରେକର୍ଡକୁ ଅତିକ୍ରମ କରିଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି20ରେ ଗୁପ୍ଟିଲ, 50 ବଲରୁ 97 ରନର ବିସ୍ଫୋରକ ଇଂନିସ ଖେଳିବା ପରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ମାରାଥନ ଇଂନିସରେ 8ଟି ଛକା ଓ 6ଟି ଚୌକା ସାମିଲ ରହିଛି ।
ଫଳରେ ନିର୍ଧାରିତ 10 ଓଭରରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି20ରେ 219 ରନର ବିରାଟ ଲକ୍ଷ୍ୟରେ ପହଞ୍ଚିଥିଲା ନ୍ୟୁଜିଲାଣ୍ଡ ।
-
With 97 from just 50 balls in Dunedin @Martyguptill is @ANZ_NZ Player of the Match. Guptill donated his $500 from ANZ to his lifelong @aucklandcricket club Suburbs New Lynn #NZvAUS pic.twitter.com/6RQK4kSzu2
— BLACKCAPS (@BLACKCAPS) February 25, 2021 " class="align-text-top noRightClick twitterSection" data="
">With 97 from just 50 balls in Dunedin @Martyguptill is @ANZ_NZ Player of the Match. Guptill donated his $500 from ANZ to his lifelong @aucklandcricket club Suburbs New Lynn #NZvAUS pic.twitter.com/6RQK4kSzu2
— BLACKCAPS (@BLACKCAPS) February 25, 2021With 97 from just 50 balls in Dunedin @Martyguptill is @ANZ_NZ Player of the Match. Guptill donated his $500 from ANZ to his lifelong @aucklandcricket club Suburbs New Lynn #NZvAUS pic.twitter.com/6RQK4kSzu2
— BLACKCAPS (@BLACKCAPS) February 25, 2021
ଗୁପ୍ଟିଲଙ୍କ ନାମରେ ଏବେ 132ଟି ଛକା ରହିଥିବାବେଳେ, ରୋହିତଙ୍କ ନାମରେ 127ଟି ଛକା ରହିଛି ।
ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ 113, ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ କନିଲ ମନ୍ରୋ 107 ଓ ୱେଷ୍ଟଇଣ୍ଡିଜ ପାୱର ହିଟର କ୍ରିସ ଗେଲ୍ଙ୍କ ନାମରେ 105ଟି ଛକା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ