ବେଙ୍ଗାଲୁରୁ: ଭାରତୀୟ ମହିଳା କ୍ରିକେଟର ମାନସୀ ଜୋଶୀ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୁମ୍ବାଇ ଗସ୍ତ କରିପାରିନାହାଁନ୍ତି ଏହି ବୋଲର । ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ପାଇଁ ଅକ୍ଟୋବର 13ରୁ ମାନସୀଙ୍କ ସମସ୍ତ ସାଥୀ ଖେଳାଳି ମୁମ୍ବାଇରେ ରହିଛନ୍ତି ।

ହରମନପ୍ରିତ କୌର, ସ୍ମୃତି ମାନ୍ଧାନା ଓ ମିତାଲି ରାଜଙ୍କୁ ଯଥାକ୍ରମେ ସୁପରନୋଭାସ, ଟ୍ରେଲବ୍ଲଜରସ୍ ଓ ଭେଲୋସିଟି ଟିମର କ୍ୟାପଟେନ ଘୋଷଣା କରିଛି ବିସିସିଆଇ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବେ ମାନସୀ । ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଭେଲୋସିଟି ଟିମରେ ମେଘନା ସିଂଙ୍କୁ ସ୍ଥାନ ମିଳିବ ।
-
"Your dreams are what define your individuality . They have the power to give you wings and make you fly high " pic.twitter.com/yAqgbiM7nC
— Mansi joshi (@Mansijoshi1410) August 29, 2020 " class="align-text-top noRightClick twitterSection" data="
">"Your dreams are what define your individuality . They have the power to give you wings and make you fly high " pic.twitter.com/yAqgbiM7nC
— Mansi joshi (@Mansijoshi1410) August 29, 2020"Your dreams are what define your individuality . They have the power to give you wings and make you fly high " pic.twitter.com/yAqgbiM7nC
— Mansi joshi (@Mansijoshi1410) August 29, 2020
ନଭେମ୍ବର 4ରୁ 9 ପର୍ଯ୍ୟନ୍ତ ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ