ETV Bharat / sports

ମିଳିନି ରଣଜୀ ମ୍ୟାଚ ଟଙ୍କା, ସିଏବିକୁ ପ୍ରଶ୍ନ କଲେ ମନୋଜ ତିୱାରୀ - ସିଏବିକୁ ମନୋଜ ତିୱାରୀ କଲେ ପ୍ରଶ୍ନ

ରଣଜୀ ମ୍ୟାଚରେ ରନର ଅପ ହୋଇଥିବା ବଙ୍ଗାଲ ଟିମକୁ ଏପର୍ଯ୍ୟନ୍ତ ମିଳି ନାହିଁ 1 କୋଟି ଟଙ୍କାର ପୁରସ୍କାର ରାଶି । ପ୍ରଶ୍ନ ଉଠାଇଲେ ମନୋଜ ତିୱାରି । ଅଧିକ ପଢ଼ନ୍ତୁ...

Manoj Tiwary questions delay in Ranji payment, CAB asks for week's time, ମିଳିନି ରଣଜୀ ମ୍ୟାଚ ଟଙ୍କା, ସିଏବିକୁ ମନୋଜ ତିୱାରୀ କଲେ ପ୍ରଶ୍ନ, କ୍ରିକେଟ ଆସୋସିଏସନ ଅଫ ବଙ୍ଗାଲ
ମିଳିନି ରଣଜୀ ମ୍ୟାଚ ଟଙ୍କା, ସିଏବିକୁ ମନୋଜ ତିୱାରୀ କଲେ ପ୍ରଶ୍ନ
author img

By

Published : Jun 19, 2020, 5:43 PM IST

କୋଲକାତା: ଗତ ସିଜନର ରଣଜୀ ଟ୍ରଫିରେ ରନର୍ସ ଅପ ହେବାପରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (ସିଏବି) ବେଙ୍ଗଲ କ୍ରିକେଟରଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ସେମାନେ ବିସିସିଆଇ ଠାରୁ ଏକ କୋଟି ଟଙ୍କା ପାଇବେ । ତେବେ ବର୍ତ୍ତମାନ ପୂର୍ବତନ ବେଙ୍ଗଲ ଅଧିନାୟକ ତଥା ଭାରତୀୟ ବ୍ୟାଟ୍ସମ୍ୟାନ ମନୋଜ ତିୱାରି କେବେ ଖେଳାଳିଙ୍କୁ ତାଙ୍କ ପ୍ରାପ୍ୟ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ।

ଗୁରୁବାର ଏକ ଅନଲାଇନ ଅଧିବେଶନ ବେଳେ ତିୱାରି ଏହି ପ୍ରଶ୍ନ ଉଠାଇଥିଲେ ଯେଉଁଥିରେ ସମସ୍ତ ଖେଳାଳି, ହେଡ କୋଚ ଅରୁଣ ଲାଲଙ୍କ ସହ ଅନ୍ୟ କୋଚିଙ୍ଗ ଓ ସପୋର୍ଟ ଷ୍ଟାଫ ଥିଲେ ସାମିଲ ଥିଲେ।

ତିୱାରି ଏହି ପ୍ରଶ୍ନ ଟିମର କ୍ରିକେଟ ଅପରେସନ ମ୍ୟାନେଜର ଜୟଦୀପ ମୁଖର୍ଜୀଙ୍କୁ ପଚାରିଥିଲେ ।

ତେବେ ଏନେଇ ସିଏବି ଅଧ୍ୟକ୍ଷ ଅଭିଷେକ ଡାଲମିଆ କହିଛନ୍ତି ଯେ, ‘‘ଆସୋସିଏସନ ଅଫିସ ଖୁବଶୀଘ୍ର ଏହି ପ୍ରକ୍ରିୟାକୁ ଶେଷ କରିବା ଦିଗରେ କାର୍ଯ୍ୟ କରୁଛି । ଅଫିସ ବିଅରର ମାନେ ଏହାକୁ ସୁନିଶ୍ଚିତ କରିବା ପାଇଁ ଅଧିକ ସମୟ କାର୍ଯ୍ୟ କରୁଛନ୍ତି । ଯାଞ୍ଚ ପରେ କିଛି ବିବରଣୀ ଓ ଆଭ୍ୟନ୍ତରୀଣ ଅଡିଟ୍ ପଠାଯିବ ।’’

‘‘ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏହା ବିସିସିଆଇକୁ ବକେୟା ପେମେଣ୍ଟ ଦେବା ପାଇଁ ପଠାଇ ଦିଆଯିବ ।’’

‘‘ମହାମାରୀ ହେତୁ ସୀମିତ ମାନବ ସମ୍ବଳ ସହିତ ବିଭିନ୍ନ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ମ୍ୟାଚ୍ ଅଧିକାରୀଙ୍କୁ ଅନ୍ୟାନ୍ୟ ଦେୟ ଅଗ୍ରାଧିକାର ଭିତ୍ତିରେ କରିବାକୁ ପଡୁଥିଲା କାରଣ ଏହା ସେମାନଙ୍କର ରୋଜଗାରର ମାଧ୍ୟମ ଅଟେ। ମୁଁ ନିଶ୍ଚିତ ଯେ ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇସାରିଛି ଯାହାକୁ ସମୟ ନଷ୍ଟ ନକରି ଯଥାଶୀଘ୍ର କରାଯିବ,’’ ବୋଲି ଡାଲମିଆ କହିଛନ୍ତି ।

ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ର ବୁଧବାର ଦିନ ସେମାନଙ୍କ ପୁରସ୍କାର ରାଶି 2 କୋଟି ଟଙ୍କା ପାଇଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.