ETV Bharat / sports

ଶେଫାଳିଙ୍କ ବିରଳ ରେକର୍ଡ: ପଛରେ ପଡିଲେ ଯୁବରାଜ, ସଚିନଙ୍କ ସହ ସମକକ୍ଷ - ଆଇସିସି ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ ଦ ମ୍ୟାଚ

ଭାରତୀୟ କ୍ରିକେଟର ଭାବେ 20 ବର୍ଷରୁ କମ ବୟସରେ ଆଇସିସି ଟୁର୍ଣ୍ଣାମେଣ୍ଟରେ 2 ଥର ମ୍ୟାନ ଅଫ ଦ ମ୍ୟାଚ ହେବାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ଶେଫାଳି ବର୍ମା। ଅଧିକ ପଢନ୍ତୁ...

Man of the match awards
ସଚିନଙ୍କ କ୍ଳବରେ' ଶେଫାଳି
author img

By

Published : Feb 27, 2020, 11:09 PM IST

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟର ଶେଫାଳି ବର୍ମାଙ୍କ ବିରଳ ରେକର୍ଡ । ଚଳିତ ଆଇସିସି ମହିଳା ଟି-20 ବିଶ୍ବକପରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । କ୍ରମାଗାତ 3ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ ।

ଭାରତୀୟ ଦଳର ବିଜୟର ପ୍ରମୁଖ ଭୁମିକା ନିଭାଇଛନ୍ତି ଓପନର ଶେଫାଳି ବର୍ମା । କ୍ରମାଗତ 2ୟ ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି ଶେଫାଳି । ପ୍ରଥମେ ବାଂଲାଦେଶ ଓ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମ୍ୟାଚ ଅଫ ଦ ମ୍ୟାଚ ହୋଇଛନ୍ତି ଯୁବ ଓପନର ଶେଫାଳି ବର୍ମା । ଏଥିସହିତ ଶେଫାଳି ଭାରତୀୟ କ୍ରିକେଟର ଭାବେ 20 ବର୍ଷରୁ କମ ବୟସରେ 2 ଥର ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । ତେବେ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା । ଶେଫାଳି ସଚିନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ଅନ୍ୟପଟେ ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟିକା ମିତାଲି ରାଜ, ଦିପ୍ତି ଶର୍ମା ଓ ଯୁବରାଜ ସିଂହଙ୍କୁ ପଛରେ ପକାଇଛନ୍ତି ଶେଫାଳି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.