କଲିକାତା: ନଭେମ୍ବର 22-26 ମଧ୍ୟରେ ଭାରତ-ବାଂଲାଦେଶ ପ୍ରଥ ଟେଷ୍ଟ ଖେଳାଯିବ। ଐତିହାସିକ ଇଡେନ ଗାର୍ଡେନରେ ଭାରତୀୟ ଦଳ ପ୍ରଥମ ଦିବାରାତ୍ର ଟେଷ୍ଟ ଖେଳିବ। ଏହି ମ୍ୟାଚର ଉଦ୍ଘାଟନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ସୈଖ ହାସିନା।
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧଙ୍କର ମଧ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ପକ୍ଷରୁ ସୂଚନା ମିଳିଛି । ସିଏବି ସମ୍ପାଦକ ଅଭିଷେକ ଡାଲମିଆ ଏହା ସ୍ପଷ୍ଟ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ଅଲମ୍ପିକ ଚମ୍ପିଆନ ଅଭିନବ ବିନ୍ଦ୍ରା, ଟେନିସ ଷ୍ଟାର ସାନିଆ ମିର୍ଜା, ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନ ପିଭି ସିନ୍ଧୁ ଓ ବକ୍ସର ମେରି କମ୍ଙ୍କୁ ସମ୍ମାନିତ କରାଯିବ। ବିସିସିଆଇ ସଭାପତି ତଥା ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଇଡେନ ଗାର୍ଡେନରେ ହିଁ ଟେଷ୍ଟ ଡେବ୍ୟୁ କରିଥିଲେ।