ETV Bharat / sports

'ଦୀର୍ଘଦିନ ବ୍ୟବଧାନରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା କଷ୍ଟକର'

author img

By

Published : Apr 18, 2020, 12:09 PM IST

ଦୀର୍ଘ ଦିନ ବ୍ୟବଧାନରେ ଅନ୍ତର୍ଜାତୀୟ କ୍ରିକେଟକୁ ସଫଳ କମବ୍ୟାକ କରିବା ସହଜ ନୁହେଁ । ଟିମ ଇଣ୍ଡିଆନ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ମହମ୍ମଦ ଆଝାରୁଦ୍ଦିନ ।

Making comeback in international cricket after  long time is not easy: Azharuddin on Dhoni
'ଦୀର୍ଘଦିନ ବ୍ୟବଧାନରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା କଷ୍ଟକର'

ହାଇଦ୍ରାବାଦ: ଦୀର୍ଘ ଦିନ ବ୍ୟବଧାନରେ ଅନ୍ତର୍ଜାତୀୟ କ୍ରିକେଟକୁ ସପଳ କମବ୍ୟାକ କରିବା ସହଜ ନୁହେଁ । ଟିମ ଇଣ୍ଡିଆନ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ମହମ୍ମଦ ଆଝାରୁଦ୍ଦିନ ।

ଆଝାରୁଦ୍ଦିନ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ରହିଛନ୍ତି ଓ ବର୍ତ୍ତମାନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଅଛନ୍ତି । ତେବେ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଚର୍ଚ୍ଚାରେ ସାମିଲ ହୋଇଛନ୍ତି ଆଝାରୁଦ୍ଦିନ । ଆଇସିସି ଟି-20 ବିଶ୍ବକପ ଭାରତୀୟ ଦଳ ଚୟନ ସମୟରେ ଚୟନକର୍ତ୍ତା କମିଟି ଖେଳାଳିଙ୍କ ପ୍ରଦର୍ଶନକୁ ମଧ୍ୟ ବିଚାରକୁ ନେବ । ଏପରି ସ୍ଥିତିରେ ଧୋନିଙ୍କୁ ଦଳରେ ସ୍ଥାନ ମିଳୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିବ । ତେବେ ଅବସର ନିଷ୍ପତି ସଂପୂର୍ଣ୍ଣ ଧୋନିଙ୍କର ବ୍ୟକ୍ତିଗତ ନିଷ୍ପତି ହେବ କହିଛନ୍ତି ମହମ୍ମଦ ଆଝାରୁଦ୍ଦିନ ।

ପୂର୍ବତନ କ୍ୟାପଟେନ ଧୋନି 2019 ବିଶ୍ବକପ ସେମିଫାଇନାଲ ପରଠାରୁ କ୍ରିକେଟରୁ ଦୂରରେ ରହିଛନ୍ତି । ତେବେ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ ଧୋନିଙ୍କୁ ଟି-20 ବିଶ୍ବକପ ଭାରତୀୟ ଦଳରେ ସ୍ଥାନ ଦେବା ନେଇ ସମ୍ଭାବନା ରହିଥିଲା । ସେଥିପାଇଁ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ କ୍ୟାମ୍ପରେ ବହୁ ପୂର୍ବରୁ ଆଇପିଏଲ ପ୍ରସ୍ତୁତି ଚଳାଇଥିଲେ । ମାତ୍ର କୋରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ କାରଣରୁ ଆଇପିଏଲକୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବାତିଲ ଘୋଷଣା କରିଛି ବିସିସିଆଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.