ETV Bharat / sports

ଷ୍ଟେନଙ୍କ ଘରେ ଚୋରଙ୍କ ନଜର , ଟ୍ବିଟ କରି ଦେଲେ ସୂଚନା

author img

By

Published : Jun 12, 2020, 1:20 AM IST

ଦ.ଆଫ୍ରିକାର ଅନୁଭବି ଦ୍ରୁତ ବୋଲର ଡେଲ ଷ୍ଟେନଙ୍କର ଘରେ ପଶୁଛନ୍ତି ଚୋର । ଥରେ ନୁହେଁ 3 ଥର ତାଙ୍କ ଘରୁ ଚୋରି ପ୍ରୟାସ କରିଛନ୍ତି ଅସାମାଜିକ ।

ଷ୍ଟେନଙ୍କ ଘରେ ଚୋରଙ୍କ ନଜର , ଟ୍ବିଟ କରି ଦେଲେ ସୂଚନା
ଷ୍ଟେନଙ୍କ ଘରେ ଚୋରଙ୍କ ନଜର , ଟ୍ବିଟ କରି ଦେଲେ ସୂଚନା

କେପଟାଉନ: ଦ.ଆଫ୍ରିକାର ଅନୁଭବି ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଘରେ ଗତ ଶୁକ୍ରବାରରୁ ଦୁର୍ବୃତ୍ତମାନେ 3ଥର ଚୋରିର ପ୍ରୟାସ କରିଛନ୍ତି ।

ଟ୍ବିଟ କରି ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶୁକ୍ରବାରରୁ କ୍ରମାଗତଭାବେ ମୋର ଘରେ 3ଥର ଚୋର ପଶିଛନ୍ତି । ଗତକାଲି ମୋର ସାଙ୍ଗର କାର ନଷ୍ଟ କରି ଦେଇଛନ୍ତି ଓ ରାତିରେ ମୋ ମା'ଙ୍କୁ ବହୁତ ଡରାଇଛନ୍ତି । କୋରୋନା ଲୋକମାନଙ୍କୁ ମାନସିକଚାପରେ ପକାଉଛି । ଲୋକମାନେ ଘରେ ସୁରକ୍ଷିତ ରୁହନ୍ତୁ ।

ଷ୍ଟେନ ଦ.ଆଫ୍ରିକାର ଅନୁଭବି ବୋଲର । ସେ 2019ରୁ ଟିମ ପାିଁ ମ୍ୟାଚ ଖେଳି ନାହାଁନ୍ତି । ଷ୍ଟେନ ଦେଶ ପାଇଁ ଏଯାଏଁ 93ଟି ଟେଷ୍ଟ, 125ଟି ଦିନିକିଆ ଓ 47ଟି-20ମ୍ୟାଚ ଖେଳି ଯଥାକ୍ରମେ 439,196 ଓ64ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ସୂଚନାଥାଉକି ଏହା ପୂର୍ବରୁ ମଧ୍ୟ କ୍ରିକେଟରଙ୍କ ଘରେ ଚୋରିର ପ୍ରୟାସ ଖବର ସାମ୍ନାକୁ ଆସିଛି । ବିଶେଷ କରି କୋରୋନା ମହାମାରୀ କାରଣରୁ ଦ.ଆଫ୍ରିକାରେ କ୍ରାଇମ ରେଟ ବଢିଛି । ତେବେ କ୍ରିକେଟର ଡେଲ ଷ୍ଟେନଙ୍କ ଘରୁ ଚୋରିର ପ୍ରୟାସ ଚିନ୍ତାର ବିଷୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.