ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରବିବାର ଦେଶରେ ପାଳନ ହେଉଛି ଜନତା କର୍ଫ୍ୟୁ । ମହାମାରୀ କୋରୋନା କବଳରୁ ବର୍ତ୍ତିବା ପାଇଁ ଲୋକମାନଙ୍କୁ ଘରେ ରହିବାକୁ ପ୍ରଧାମମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସକାଳ 7.00ଟାରୁ ରାତି 9.00 ପର୍ଯ୍ୟନ୍ତ ଜନତା କଫ୍ୟୁ ପାଳନ ହେବ ।
ତେବେ ଏହି ଜନତା କର୍ଫ୍ୟୁକୁ ନେଇ ମତ ରଖିଛନ୍ତି ମାଇକ ହେସନ । ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲସେଞ୍ଜର୍ସ ବେଙ୍ଗାଲୁରୁର କ୍ରିକେଟ ନିର୍ଦ୍ଦେଶକ ରହିଛନ୍ତି ମାଇକ ହେସନ । ରାସ୍ତାଘାଟ ଶୂନଶାନ ସହ ସହରରେ ନିରବତାର ଉପସ୍ଥିତିକୁ ନେଇ ପ୍ରଶଂସା କରିଛନ୍ତି ମାଇକ ହେସନ । COVID-19କୁ ହରାଇବା ପାଇଁ ଏହି କର୍ଫ୍ୟୁ ପାଳନ ଜରୁରୀ ଥିବା ସେ କହିଛନ୍ତି ।
ଭାରତରେ ଏଯାବତ୍ କୋରୋନ ସଂକ୍ରମିତଙ୍କ ସଂଖ୍ୟା 391ରେ ପହଞ୍ଚିଛି । ଏଥିସହିତ 4ଜଣଙ୍କର ମୃତ୍ୟୁ ହୋଇସାରିଛି ।