ନୂଆଦିଲ୍ଲୀ: 2011 କ୍ରିକେଟ ବିଶ୍ବକପ ନେଇ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ ମାହେଲା ଜୟବର୍ଦ୍ଧନେ ଗୁରୁବାର ଏକ ବଡ ବୟାନ ଦେଇଛନ୍ତି । 2011 ବିଶ୍ବକପ ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ ଫିକ୍ସ ହୋଇଥିବା ପୂର୍ବତନ ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀ ମରିନ୍ଦାନ୍ଦା ଅଲୁଥଗାମେଜ ଅଭିଯୋଗ ଆଣିଥିଲେ । ଏହି ସମ୍ବନ୍ଧୀୟ କିଛି ରିପୋର୍ଟରେ ଖପ୍ପା ହୋଇଛନ୍ତି ଭେଟେରାନ ଜୟବର୍ଦ୍ଧନେ ।
ଲାଗୁଛି ସର୍କସ ଚାଲିଛି ବୋଲି କଟାକ୍ଷ କରିଛନ୍ତି ଏହି ଭେଟେରାନ ଶ୍ରୀଲଙ୍କା କ୍ରିକେଟର । "ଆଗକୁ ନିର୍ବାଚନ ଅଛି କି ? କେବଳ ଅଭିଯୋଗ ନା ପ୍ରମାଣ ବି ରହିଛି ?" କହି ପ୍ରଶ୍ନ କରିଛନ୍ତି ।
2011 କ୍ରିକେଟ ବିଶ୍ବକପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ହରାଇ 28 ବର୍ଷ ପରେ 2ୟ ଥର ପାଇଁ ଚମ୍ପିଆନ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା 274/6 କରିଥିଲା । ଫଳରେ 275 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଘରୋଇ ଭାରତ । ତେବେ ମାତ୍ର 31 ରନ ମଧ୍ୟରେ ବିରେନ୍ଦ୍ର ସେହୱାଗ ଓ ସଚିନ ତେନ୍ଦୁଲକରଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା ଟିମ ଇଣ୍ଡିଆ । ମାତ୍ର ଯୁବ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ଓପନର ଗୌତମ ଗମ୍ଭୀର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଭାରତୀୟ ଇଂନିସକୁ ସମ୍ଭାଳିଥିଲେ ।
ପରେ ଧୋନି ଓ ଗମ୍ଭୀରଙ୍କ ମଧ୍ୟରେ 109 ରନର ମ୍ୟାଚ ବିଜୟୀ ପାର୍ଟନରସିପ ହୋଇଥିଲା । ଗମ୍ଭୀରଙ୍କ 97 ରନର ମାରାଥନ ଇଂନିସ ଖେଳିଥିଲେ ।