ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ(COVID-19) ଯୋଗୁଁ ବିଶ୍ବରେ 5,835 ଲୋକ ପ୍ରାଣ ହରାଇ ସାରିଲେଣି । ସମଗ୍ର ବିଶ୍ବ ଏହି ଭାଇରସରେ ପ୍ରଭାବିତ ହୋଇଛି । ଏଯାବତ 156,533 ଲୋକେ ଏଇ ଭାଇରସ ସଂକ୍ରମଣର ଶୀକାର ହୋଇଛନ୍ତି ।
କ୍ରୀଡାଜଗତ ଉପରେ ଏହାର ବିଶେଷ ପ୍ରଭାବ ପଡିଛି । ଭାରତରେ ହେବାକୁ ଥିବା ବିଭିନ୍ନ କ୍ରୀଡା ଇଭେଣ୍ଟକୁ ସ୍ଥଗିତ ଓ କିଛି ଇଭେଣ୍ଟକୁ ବାତିଲ କରିଦିଆଯାଇଛି ।
ନଜର ପକାନ୍ତୁ ଭାରତରେ କୋରୋନା ଭାଇରସରେ ପ୍ରଭାବିତ କ୍ରୀଡା ଇଭେଣ୍ଟ ଉପରେ:
ଆଥଲେଟିକ୍ସ
- ଫେଡେରେସନ କପ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚମ୍ପିଆନସିପ-ସ୍ଥଗିତ
(ଏପ୍ରିଲ 6-8ପର୍ଯ୍ୟନ୍ତ ଭୋପାଳରେ ହେବାର ଥିଲା)
ବ୍ୟାଡମିଣ୍ଟନ
- ଇଣ୍ଡିଆ ଓପନ ବାତିଲ
(ଏପ୍ରିଲ 12ରେ ନୂଆଦିଲ୍ଲୀରେ ହେବାନାଇ ସୂଚୀ ରହିଥିଲା)
ବାସ୍କେଟବଲ
- FIBA 3x3 ଅଲମ୍ପିକ କ୍ବାଲିଫାଇଂ ଟୁର୍ଣ୍ଣାମେଣ୍ଟ- ସ୍ଥଗିତ
(ମାର୍ଚ୍ଚ 18ରୁ 22 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା)
ଚେସ
- ମେ 31 ପର୍ଯ୍ୟନ୍ତ ସମସ୍ତ ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ
କ୍ରିକେଟ
- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଅଇପିଏଲ)- ସ୍ଥଗିତ
(ମାର୍ଚ୍ଚ 29ରୁ ଏପ୍ରିଲ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା)
- ଦିଲ୍ଲୀ ସରକାର ଗୋଟିଏ ମାସ ପାଇଁ ସମସ୍ତ କ୍ରୀଡା ଇଭେଣ୍ଟକୁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ।
- ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ
- ରୋଡ ସେଫଟି ୱାର୍ଲ୍ଡ ସିରିଜ ବାତିଲ
(ମାର୍ଚ୍ଚ 7-22, ମୁମ୍ବାଇ ଓ ପୁନେରେ ଖେଳାଯିବାର ଥିଲା )
ଫୁଟବଲ
- ଇଣ୍ଡିଆନ ସୁପର ଲିଗ ଫାଇନାଲ ଏଟିକେ ଏଫସି ବନାମ ଚେନ୍ନାଇୟାନ ଏଫସି ମ୍ୟାଚ ଖାଲି ଷ୍ଟାଡିୟମରେ ଖେଳାଯାଇଛି ।
(ମାର୍ଚ୍ଚ 14ରେ ଗୋଆରେ ଖେଳାଯାଇଛି)
- ସମସ୍ତ ଫୁଟବଲ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 31 ପର୍ଯ୍ୟନ୍ତ ବାତିଲ
- ଭାରତ ବନାମ କ୍ବାତାର, ଫିଫା ବିଶ୍ବକପ କ୍ବାଲିଆଫାୟର ମ୍ୟାଚ -ସ୍ଥଗିତ
(ମାର୍ଚ୍ଚ 26ରେ ଭୁବନେଶ୍ବରରେ ଖେଳାଯିବା ନେଇ ସୂଚୀ ରହିଥିଲା)
- ଭାରତ ବନାମ ଆଫଗାନିସ୍ତାନ, ଫିଫା ବିଶ୍ବକପ କ୍ବାଲିଆଫାୟର ମ୍ୟାଚ -ସ୍ଥଗିତ
(ଜୁନ 9ରେ କୋଲକାତାରେ ଖେଳାଯିବା ନେଇ ସୂଚୀ ରହିଥିଲା)
- ସନ୍ତୋଷ ଟ୍ରଫିର ଫାଇନାଲ ରାଉଣ୍ଡ- ସ୍ଥଗିତ
(ଐଜଲରେ ଏପ୍ରିଲ 14-27 ଖେଳାଯିବାର ଥିଲା)
- ଆଇ-ଲିଗର ଅବଶିଷ୍ଟ 28 ମ୍ୟାଟ ଖାଲି ଷ୍ଟାଡିୟମରେ ଖେଳାଯିବ
ଗୋଲ୍ଫ
- ଗୋଲ୍ଫ ଟୁର ଅଫ ଇଣ୍ଡିଆ(PGTI)ର ସମସ୍ତ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 16ରୁ ସ୍ଥଗିତ
ମୋଟର ସ୍ପୋର୍ଟ୍ସ
- ଚେନ୍ନାଇରେ ସାଉଥ ଇଣ୍ଡିଆ ରାଲି ମାର୍ଚ୍ଚ 20-22 ନିରାଡମ୍ବର ଭାବେ ହେବ
ପାରାସ୍ପୋର୍ଟ୍ସ
- ଏପ୍ରିଲ 15 ପର୍ଯ୍ୟନ୍ତ ସମସ୍ତ ନ୍ୟାସନାଲ ଓ ରାଜ୍ୟ ଚମ୍ପିଆନସିପ ସ୍ଥଗିତ
ସୁଟିଂ
- ISSF ରାଇଫଲ, ପିସ୍ତଲ, ସଟଗନ ବିଶ୍ବକପ -ସ୍ଥଗିତ
(ମାର୍ଚ୍ଚ 15-25 ନୂଆଦିଲ୍ଲୀରେ ଖେଳାଯିବାରଥିଲା)
ଟେନିସ
- ସମସ୍ତ ପ୍ରକାର ଘରୋଇ ଟୁର୍ଣ୍ଣାମେଣ୍ଟ ବାତିଲ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ