ETV Bharat / sports

ଆମକୁ ଏକଜୁଟ ହୋଇ ମହାମାରୀକୁ ହରାଇବାକୁ ପଡିବ: ସଚିନ ତେନ୍ଦୁଲକର

author img

By

Published : Apr 3, 2020, 10:18 PM IST

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଚିନ କହିଛନ୍ତି ଯେ, ‘ମୋର ଯାହା ବିଶ୍ବାସ ଥିଲା ମୋଦି ତାକୁ ଆଉ ଥରେ ସ୍ପଷ୍ଟ କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 14 ତାରିଖରେ ଲକଡାଉନ ସରିବା ପରେ ମଧ୍ୟ ଆମକୁ ଆମ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ଅଧିକ ପଢ଼ନ୍ତୁ...

Like team spirit wins us games, our nation should work as one, overcome corona virus,  sachin tendulkar, video conference with modi, ସଚିନ ତେନ୍ଦୁଲକର, ଏକଜୁଟ ହୋଇ ମହାମାରୀକୁ ହାରାଇବାକୁ ପଡିବ, ଭିଡିଓ କନଫରେନ୍ସିଂ
ଆମକୁ ଏକଜୁଟ ହୋଇ ମହାମାରୀକୁ ହାରାଇବାକୁ ପଡିବ: ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ଶୁକ୍ରବାର ହୋଇଥିବା ଭିଡିଓ କନଫରେନ୍ସିଂରେ ଅଲୋଚନା ବେଳେ କ୍ରିକେଟ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର କହିଛନ୍ତି ଯେ 14 ତାରିଖରେ ଲକଡାଉନ ହଟିବା ପରେ ଭାରତ କିପରି କୋରୋନା ସହ ମୁକାବିଲା କରୁଛି ତାହା ବେଶ ଗୁରୁତ୍ବପୂର୍ଣ୍ଣ ହେବ ।

ଶୁକ୍ରବାର ମୋଦିଙ୍କ ସହ ଆଲୋଚନା କରିଥିବା 40ରୁ ଅଧିକ କ୍ରୀଡାବିତଙ୍କ ମଧ୍ୟରେ ସଚିନ ମଧ୍ୟ ରହିଥିଲେ । କୋରୋନା ମହାମାରୀ ଯାହା ଏବେ ଦେଶରେ 50ରୁ ଅଧିକ ଜୀବନ ନେଇ ସାରିଥିବା ବେଳେ 2000 ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରି ସାରିଲାଣି ସେନେଇ କ୍ରୀଡାବିତଙ୍କ ସହ ଆଲୋଚନା କରି ତାଙ୍କଠାରୁ ଲୋକଙ୍କୁ ସଚେତନ କରିବା ପାଇଁ ସହଯୋଗ ଲୋଡିଥିଲେ ପ୍ରଧାନମନ୍ତ୍ରୀ ।

ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଚିନ କହିଛନ୍ତି ଯେ, ‘ମୋର ଯାହା ବିଶ୍ବାସ ଥିଲା ମୋଦି ତାକୁ ଆଉଥରେ ସ୍ପଷ୍ଟ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 14 ତାରିଖରେ ଲକଡାଉନ ସରିବା ପରେ ମଧ୍ୟ ଆମକୁ ଆମ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ଏହାସହ ଆମେ କିପରି ଏହି ମହାମାରୀ ସହ ମୁକାବିଲା କରିବା ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିବ ।’

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସଚିନ କହିଛନ୍ତି ଯେ, ସେ ମଧ୍ୟ ସାମାଜିକ ଦୂରତା ବଜାୟ ରଖୁଛନ୍ତି ସଭିଙ୍କ ସହ ହାତ ମିଳାଇବା ବଦଳରେ ପ୍ରଣାମ କରୁଛନ୍ତି । କୋରୋନା ସରିବା ପରେ ମଧ୍ୟ ଆମେ ଆମ ସଂସ୍କୃତି ଅନୁସାରେ ସଭିଙ୍କୁ ନମସ୍କାର କରିବା ।

ଲକଡାଉନ ବେଳେ ବରିଷ୍ଟ ବ୍ୟକ୍ତିଙ୍କ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ସଚିନ । ଏହାସହ ସଭିଙ୍କ ମାନସିକ ସ୍ବାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ ।

ଶେଷରେ ସଚିନ କହିଥିଲେ ଯେ, ‘ସମଗ୍ର ଦେଶ ପାଇଁ ଏହା ଏମିତି ସମୟ ଯେ ସଭିଙ୍କୁ ଏକାଠି ହୋଇ ପରସ୍ପରଙ୍କୁ ପ୍ରେରଣା ଯୋଗାଇବାକୁ ହେବ । ଯେମିତି ଗୋଟିଏ ଟିମର ଯୋଗଦାନ କାରଣରୁ ମ୍ୟାଚ ଜିତିହୁଏ, ସେହିପରି ଦେଶକୁ ମଧ୍ୟ ଏକ ହୋଇ ଏହି ମହାମାରୀକୁ ହରାଇବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.