ସିଡନି: ଟେଷ୍ଟ ଓ ଦିନିକିଆ କ୍ରିକେଟରେ ପ୍ରଦର୍ଶନରେ ପ୍ରଭାବିତ କରିବା ପରେ ମାର୍ନସ ଲବୁସାନଙ୍କ ଏବେ ଟି-20 ଉପରେ ନଜର । ଅଷ୍ଟ୍ରେଲିଆର ଏହି ଯୁବ ବ୍ୟାଟ୍ସମ୍ୟାନ ଟି-20 ଟିମରେ ସ୍ଥାନ ମିଳିବା ନେନଇ ଆଶାବାଦୀ ରହିଛନ୍ତି ।
25 ବର୍ଷିୟ ଲବୁସାନଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ବାର୍ଷିକ କେନ୍ଦ୍ରୀୟ ଖେଳାଳି ଚୁକ୍ତିରେ ସ୍ଥାନ ମିଳିଛି । କ୍ରିକେଟର ଲମ୍ବା ଫର୍ମାଟରେ ଲବୁସାନଙ୍କ 63.43 ପ୍ରଭାବି ବ୍ୟାଟିଂ ଆଭରେଜ ରହିଛି । ସେହପରି ଦିନିକିଆ କ୍ରିକେଟରେ 50ରୁ ଅଧିକ(50.83) ଆଭରେଜ ରହିଛି ।
ଅଷ୍ଟ୍ରେଲିଆ ପକ୍ଷରୁ ମାତ୍ର 10ଟି ଟି-20 ମ୍ୟାଚରେ ଖେଳିବାକ ସୁଯୋଗ ପାଇଛନ୍ତି ଲବୁସାନ । ତେବେ ଏହି 10ଟି ମ୍ୟାଚରେ 12.12 ଆଭରେଜ ସହ ମାତ୍ର 97 ରନ ସଂଗ୍ରହ କରିଛନ୍ତି । ତେବେ ଚଳିତ ବର୍ଷ ଟି-20 ବିଶ୍ବକପ ଥିବାରୁ ଟି-20 ଟିମରେ ସାମିଲ ପାଇଁ ଆଶାବାଦୀ ଅଛନ୍ତି ଅଷ୍ଟ୍ରେଲିଆର ଏହି ଯୁବ ବ୍ୟାଟ୍ସମ୍ୟାନ ।