ETV Bharat / sports

ଆଇସିସି ଚେୟାରମ୍ୟାନ୍ ପଦ ପାଇଁ ଦାଦା ଫିଟ୍‌: ସାଙ୍ଗାକାରା

author img

By

Published : Jul 26, 2020, 8:47 PM IST

ସାଙ୍ଗାକରା ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, "ମୁଁ ଭାବୁଛି ସୌରଭ ଗାଙ୍ଗୁଲି ନିଶ୍ଚିତ ଭାବରେ ସେହି ପରିବର୍ତ୍ତନ କରିପାରିବେ । ମୁଁ ଦାଦାଙ୍କର ଜଣେ ବଡ଼ ପ୍ରଶଂସକ ହିସାବରେ କେବଳ ଏବଳ ଏହା କହୁ ନାହିଁ । ସେ ଜଣେ କେବଳ ଭଲ କ୍ରିକେଟର ନୂହନ୍ତି, ଦାଦାଙ୍କ ପାଖରେ କ୍ରିକେଟ ପରିଚାଳନା କରିବା ପାଇଁ ବିଚକ୍ଷଣ ବୁଦ୍ଧି ରହିଛି ।’’

kumar-sangakkara-backs-sourav-ganguly-for-icc-chairman-post
ଆଇସିସି ଚେୟାରମ୍ୟାନ୍ ପଦ ପାଇଁ ଦାଦା ଫିଟ୍‌: ସାଙ୍ଗାକାରା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ରବିବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ଚେୟାରମ୍ୟାନ୍ ଭାବରେ ସମର୍ଥନ କରିଛନ୍ତି ।

ସାଙ୍ଗାକରା ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, "ମୁଁ ଭାବୁଛି ସୌରଭ ଗାଙ୍ଗୁଲି ନିଶ୍ଚିତ ଭାବରେ ସେହି ପରିବର୍ତ୍ତନ କରିପାରିବେ । ମୁଁ ଦାଦାଙ୍କର ଜଣେ ବଡ଼ ପ୍ରଶଂସକ ହିସାବରେ କେବଳ ଏବଳ ଏହା କହୁ ନାହିଁ । ସେ ଜଣେ କେବଳ ଭଲ କ୍ରିକେଟର ନୁହନ୍ତି, ଦାଦାଙ୍କ ପାଖରେ କ୍ରିକେଟ ପରିଚାଳନା କରିବା ପାଇଁ ବିଚକ୍ଷଣ ବୁଦ୍ଧି ରହିଛି ।’’

‘‘କ୍ରିକେଟ ପାଇଁ ତାଙ୍କ ହୃଦୟରେ ଯଥେଷ୍ଟ ସମ୍ମାନ ଓ ଭଲ ପାଇବା ରହିଛି । ଯାହା କେବେ ବି ପରିବର୍ତ୍ତନ ହେବା ଉଚିତ ନୁହେଁ । କାରଣ ଆପଣ ଆଇସିସିରେ ଥିବାବେଳେ ଆପଣ ବିସିସିଆଇ ସଭାପତି କିମ୍ବା ECB କିମ୍ବା SLC କିମ୍ବା ଅନ୍ୟ କୌଣସି କ୍ରିକେଟ୍ ବୋର୍ଡର ସଭାପତି ଅଟନ୍ତି ନାହିଁ ।’’

ମେରିଲେବୋନ କ୍ରିକେଟ୍ କ୍ଲବ (ଏମସିସି)ର ପ୍ରଥମ ଅଣ-ବ୍ରିଟିଶ ମୁଖ୍ୟ ଭାବେ ସାଙ୍ଗାକାରା ରହିଛନ୍ତି । ସେ କହିଛନ୍ତି ଯେ, ଏକ ଆନ୍ତର୍ଜାତୀୟ ଗଭରିଂ ବଡିର ଅଧ୍ୟକ୍ଷତା କରୁଥିବା ବ୍ୟକ୍ତିଙ୍କୁ ସମସ୍ତ କ୍ରିକେଟ୍ ଦେଶର ସ୍ବାର୍ଥକୁ ଗୁରତ୍ବ ଦେବା ଆବଶ୍ୟକ ।

"ତୁମର ମାନସିକତା ବାସ୍ତବରେ ଆନ୍ତର୍ଜାତୀୟ ହେବା ଉଚିତ ଏବଂ ମୁଁ କେଉଁଠାରୁ ଆସିଛି ସେ ସମ୍ବନ୍ଧରେ କେବଳ ଦଳୀୟ ମନ ଭାବେରେ ସୀମିତ ରହିବା, ଏହା ନୂହେଁ । ମୁଁ ଭାରତୀୟ, ଶ୍ରୀଲଙ୍କା କିମ୍ବା ଅଷ୍ଟ୍ରେଲିଆ କିମ୍ବା ଇଂରାଜୀ ହୋଇଥାଇ ପାରେ । କିନ୍ତୁ ମୁଁ ପ୍ରଥମେ ଜଣେ କ୍ରିକେଟର । ଏବଂ ମୁଁ ଯାହା କରିବା ସର୍ବ ପ୍ରଥମେ କ୍ରିକେଟର ସ୍ବାର୍ଥ ପାଇଁ କରିବି ।’’ ବୋଲି କହିଛନ୍ତି ସାଙ୍ଗାକାର ।

ତେବେ ଦାଦାଙ୍କର ଜଣେ ବଡ ପ୍ରଶଂସକ ରହିଥିବା କୁମାର କହିଛନ୍ତି, "ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଖେଳର ମୂଳଦୁଆ ହେଉଛି ସାରା ବିଶ୍ବରେ ଶିଶୁ, ପ୍ରଶଂସକ ଏବଂ ଦର୍ଶକ । ମୁଁ ଭାବୁଛି ଦାଦା ଏହାକୁ ବହୁତ ଭଲ ଭାବରେ ତୁଲାଇ ପାରିବେ । ସେ ବିସିସିଆଇ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ, ପ୍ରଶାସନ ତଥା କୋଚିଂ ଦେବା ପୂର୍ବରୁ ମଧ୍ୟ ମୁଁ ତାଙ୍କ କାର୍ଯ୍ୟ ଦେଖିଛି । ସାରା ବିଶ୍ବରେ ଖେଳାଳିଙ୍କ ସହ ସେ କିପରି ସମ୍ପର୍କ ସ୍ଥାପନ କରନ୍ତି । ଏମସିସି କ୍ରିକେଟ୍ କମିଟିରେ ତାଙ୍କର ସ୍ଥିତି ଅଛି । ମୋ ହିସାବରେ ଦାଦା ହିଁ ଏହି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଅଟନ୍ତି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.