ETV Bharat / sports

2011 ବିଶ୍ବକପ ଫିକ୍ସିଂ ମାମଲା: କୁମାର ସାଙ୍ଗାକାରାଙ୍କୁ 10ଘଣ୍ଟା ଜେରା

author img

By

Published : Jul 3, 2020, 10:48 AM IST

ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କୁ ପ୍ରାୟ 10ଘଣ୍ଟା ଜେରା କରାଯାଇଥିବା ଜଣାପଡିଛି । 2011 କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଂ ଅଭିଯୋଗ ହୋଇଛି । ସାଙ୍ଗାକାରା 2011 ବିଶ୍ବକପ ଫାଇନାଲ ଖେଳିଥିବା ଶ୍ରୀଲଙ୍କା ଟିମର କ୍ୟାପଟେନ ରହିଥିଲେ ।

Kumar Sangakkara grilled for nearly 10 hours in WC fixing probe
2011 ବିଶ୍ବକପ ଫିକ୍ସିଂ ମାମଲା: କୁମାର ସାଙ୍ଗାକାରାଙ୍କୁ 10ଘଣ୍ଟା ଜେରା

କଲମ୍ବୋ: ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କୁ ପ୍ରାୟ 10ଘଣ୍ଟା ଜେରା କରାଯାଇଥିବା ଜଣାପଡିଛି । 2011 କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଂ ଅଭିଯୋଗ ହୋଇଛି । ସାଙ୍ଗାକାରା 2011 ବିଶ୍ବକପ ଫାଇନାଲ ଖେଳିଥିବା ଶ୍ରୀଲଙ୍କା ଟିମର କ୍ୟାପଟେନ ରହିଥିଲେ ।

ଶ୍ରୀଲଙ୍କାର ପୂର୍ବତନ କ୍ରୀଡାମନ୍ତ୍ରୀ ମହିନ୍ଦାନ୍ଦା ଅଲୁଥଗାମେଜ, 2011 ଏପ୍ରିଲ 2ରେ ଖେଳାଯାଇଥିବା କ୍ରିକେଟ ବିଶ୍ବକପର ଫାଇନାଲ ମ୍ୟାଚ ଫିକ୍ସିଂ କରାଯାଇଥିଲା ବୋଲି ଅଭିଯୋଗ ଆଣିଥିଲେ । ତେବେ ଏହି ଅଭିଯୋଗର କୌଣସି ସତ୍ୟତା ଏଯାବତ ଜଣାପଡିନଥିଲେ ମଧ୍ୟ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଏକ ୱେବସାଇଟର ରିପୋର୍ଟ ଅନୁଯାୟୀ, "କ୍ରୀଡା ମନ୍ତ୍ରଣାଳୟର ସ୍ବତନ୍ତ୍ର ତଦନ୍ତକାରୀ ପୋଲିସ ବିଭାଗ ଦ୍ବାରା 2011 କ୍ରିକେଟ ବିଶ୍ବକପରେ ଶ୍ରୀଲଙ୍କାର କ୍ୟାପଟେନ ଥିବା ସାଙ୍ଗାକାରାଙ୍କର ପ୍ରାୟ 10 ଘଣ୍ଟା ଧରି ବୟାନ ରେକର୍ଡ କରାଯାଇଛି ।"

ତେବେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ କାର୍ଯ୍ୟାଳୟ ବାହାରେ ୟୁଥ ଆଉଟଫିଟର ସଦସ୍ୟ ସାମାଗି ଥାରୁଣା ବାଲାୱେଗାୟ ଓ କିଛି ସହଯୋଗୀ କିମ୍ବଦନ୍ତୀ କ୍ରିକେଟରଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ପୋଷ୍ଟର ପ୍ରଦର୍ଶନ କରିଛନ୍ତି ।

'ଆଇଲାଣ୍ଡ'ର ଏକ ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହରେ ସାଙ୍ଗାକାରାଙ୍କର ବୟାନ ରେକର୍ଡ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ଶ୍ରୀଘ୍ର ବୟାନ ରେକର୍ଡ ପାଇଁ ସାଙ୍ଗାକାରା ପୋଲିସକୁ ଅନୁରୋଧ କରିଥିଲେ । ତେବେ ଏହାପୂର୍ବରୁ 2011 ଜାତୀୟ ଚୟନକର୍ତ୍ତା କମିଟିର ପୂର୍ବତନ ଚେୟାରମ୍ୟାନ ଅରବିନ୍ଦ ଦି ସିଲଭା, ଓପନର ଉପୁଲ ଥରଙ୍ଗାଙ୍କ ବୟାନ ରେକର୍ଡ ହୋଇସାରିଛି । ତେବେ କୌଣସି କ୍ରିକେଟର ସର୍ବସାଧାରଣରେ କଣ ସବୁ ଜେରା କରାଯାଉଛି, ଖୁଲାସା କରିନାହାନ୍ତି ।

2011 କ୍ରିକେଟ ବିଶ୍ବକପରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୱିକେଟ ହରାଇ 274 ରନ କରିଥିଲା । 275 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୌତମ ଗମ୍ଭୀରଙ୍କ 97 ରନ, କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ 91 ରନ ଓ ବିରାଟ କୋହଲିଙ୍କ 35 ରନ ବଳରେ ହାସଲ କରିଥିଲା । ଏଥିସହିତ 1983 ପରେ 28 ବର୍ଷ ପରେ ଦ୍ବିତୀୟ ଥର ବିଶ୍ବକପ ଚମ୍ପିଆନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.