ETV Bharat / sports

ଦିନିକିଆ ସିରିଜରେ ଦୁଇଟି ହ୍ୟାଟ୍ରିକ ନେଇ ପ୍ରଥମ ଭାରତୀୟ କୁଲଦୀପ - ଦୁଇଟି ହ୍ୟାଟ୍ରିକ ନେଇଥିବା ପ୍ରଥମ ଭାରତୀୟ କୁଲଦୀପ

ଅନ୍ତର୍ଜାତୀୟ କ୍ରିକେଟରେ ଦୁଇଟି ହ୍ୟାଟ୍ରିକ ନେଇଥିବା ପ୍ରଥମ ଭାରତୀୟ ହୋଇଛନ୍ତି କୁଲଦୀପ ଯାଦବ । ଅଧିକ ପଢନ୍ତୁ...

kuldeep yadav's 2nd hat-trick, two hat-tricks in international cricket,  ଦୁଇଟି ହ୍ୟାଟ୍ରିକ ନେଇଥିବା ପ୍ରଥମ ଭାରତୀୟ କୁଲଦୀପ, କୁଲଦୀପଙ୍କ ଦୁଇଟି ହ୍ୟାଟ୍ରିକ
ଦୁଇଟି ହ୍ୟାଟ୍ରିକ ନେଇଥିବା ପ୍ରଥମ ଭାରତୀୟ କୁଲଦୀପ
author img

By

Published : Dec 18, 2019, 11:58 PM IST

ବିଶାଖାପଟନମ: ଭାରତ ବନାମ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଦିନିକିଆରେ ହ୍ୟାଟ୍ରିକ ନେବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଦୁଇଟି ହ୍ୟାଟ୍ରିକ ନେଇଥିବା ପ୍ରଥମ ଭାରତୀୟ ହୋଇଛନ୍ତି କୁଲଦୀପ ଯାଦବ । ବୁଧବାର କୁଲଦୀପ ନିଜର ପ୍ରଥମ ଶିକାର କରିଥିଲେ ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଶାଇ ହୋପଙ୍କୁ । ପରେ ଜେସନ ହୋଲ୍ଡର ଓ ଶେଷର ଫାଷ୍ଟ ବୋଲର ଅଲଜାରି ଜୋଶେଫଙ୍କୁ ଆଉଟ କରି ଏହି ଖାସ ରେକର୍ଡ କରିଛନ୍ତି ।

ଭାରତୀୟ ବୋଲରଙ୍କ ପାଇଁ ଏହା ଦିନିକିଆରେ 5ମ ହ୍ୟାଟ୍ରିକ । ଭାରତ ପାଇଁ ସର୍ବପ୍ରଥମ ହ୍ୟାଟ୍ରିକ ନେଇଥିଲେ ଚେତନ ଶର୍ମା, ଏହାପରେ କପିଲ ଦେବ ଓ ମହମ୍ମଦ ସାମି । ଚତୁର୍ଥ ଓ ପଞ୍ଚମ ହ୍ୟାଟ୍ରିକ କୁଲଦୀପ ଯାଦବଙ୍କ ନାଁରେ ରହିଛି । ହରଭଜନ ସିଂ ଓ ଇରଫାନ ପଠାନ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ୱିକେଟ ନେଇଛନ୍ତି ।

10 ଓଭରରେ 52 ରନ ଦେଇ ହ୍ୟାଟ୍ରିକ ୱିକେଟ ନେଇଛନ୍ତି ଏହି 25 ବର୍ଷୀୟ ବୋଲର । ଦିନିକିଆରେ ଦୁଇ ବା ତଦୁର୍ଦ୍ଧ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ନିଜ ନାଁ ମଧ୍ୟ ସାମିଲ କରିଛନ୍ତି ଚାଇନା ମ୍ୟାନ । ଶ୍ରୀଲଙ୍କା ବୋଲର ଲସିଥ ମାଲିଙ୍ଗା ହେଉଛନ୍ତି ଏକ ମାତ୍ର ବୋଲର ଯାହାଙ୍କ ନାଁରେ 3ଟି ହ୍ୟାଟ୍ରିକ ନେବାର ରେକର୍ଡ ରହିଛି । ୱସିମ ଅକ୍ରମ, ସାକଲିନ ମୁସ୍ତାକ, ଚାମିଣ୍ଡା ଭାସ ଓ ଟ୍ରେଣ୍ଟ ବୋଲ୍ଟଙ୍କ ନାଁରେ ମଧ୍ୟ ଦୁଇଟି ଲେଖାଏଁ ଦିନିକିଆ ହ୍ୟାଟ୍ରିକ ନେବାର ରେକର୍ଡ ରହିଛି ।

କୁଲଦୀପ ନିଜର ପ୍ରଥମ ହ୍ୟାଟ୍ରିକ ଅଷ୍ଟ୍ରେଲିଆ ବିପକ୍ଷରେ 2017ରେ ଇଡେନ ଗାର୍ଡେନ ଠାରେ ନେଇଥିଲେ ।

ଏପରି ପ୍ରଥମ ଥର ହୋଇଛି ଯେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ଖାତାରେ ଆସିଛି 4ଟି ହ୍ୟାଟ୍ରିକ । 2019 କ୍ରିକେଟ ବିଶ୍ବକପରେ ଆଫଗାନିସ୍ତାନ ବିପକ୍ଷରେ ସାମି ପ୍ରଥମ ହ୍ୟାଟ୍ରିକ ନେଇଥିଲେ, ଏହା ପରେ ଜସପ୍ରୀତ ବୁମରା ଭାରତର ୱେଷ୍ଟଇଣ୍ଡିଜ ଗସ୍ତ ବେଳେ ଟେଷ୍ଟ ହ୍ୟାଟ୍ରିକ ନେଇଥିଲେ । ପରେ ବାଂଲାଦେଶ ବିପକ୍ଷ ଟି-20 ସିରିଜେରେ ଦୀପକ ଚହର ମଧ୍ୟ ହ୍ୟାଟ୍ରିକ ନେଇଥିଲେ । ତେବେ ବୁଧବାର କୁଲଦୀପଙ୍କ ହ୍ୟାଟ୍ରିକ ପରେ ଭାରତକୁ ଗୋଟିଏ ବର୍ଷରେ ଚାରଟି ହ୍ୟାଟ୍ରିକ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.