ETV Bharat / sports

ଏଥର ଆଇପିଏଲରେ ଦୁଇ କାନପୁର ଖେଳାଳି

କାନପୁରରୁ ଦୁଇ ଖେଳାଳି କୁଲଦୀପ ଯାଦବ, ଅଙ୍କିତ ରାଜପୁତଙ୍କ ସମେତ ଚଳିତ ଆଇପିଏଲରେ ମୋଟ 6 ଖେଳାଳି ଉତ୍ତର ପ୍ରଦେଶରୁ ଖେଳିବେ । ଅଧିକ ପଢ଼ନ୍ତୁ...

2 players of Kanpur will perform in IPL
ଏଥର ଆଇପିଏଲରେ ଦୁଇ କାନପୁର ଖେଳାଳି
author img

By

Published : Sep 7, 2020, 2:44 PM IST

କାନପୁର: ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲର 13ତମ ସଂସ୍କରଣରେ କାନପୁରର ଦୁଇ ଖେଳାଳି ଦେଖାଇବେ ନିଜର ଯାଦୁ । ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ପାଇଁ କୁଲଦୀପ ଯାଦବ ଖେଳୁଥିବାବେଳେ ଚଳିତ ବର୍ଷ ଅଙ୍କିତ ରାଜପୁତ ମଧ୍ୟ ଖେଳିବେ ।

ତେବେ କାନପୁର ଛଡ଼ା ଉତ୍ତରପ୍ରଦେଶର ଅନ୍ୟ ଚାରି ଖେଳାଳି ମଧ୍ୟ ଏହି ଲିଗରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶରୁ ମୋଟ ଛଅ ଜଣ ଖେଳାଳି ଚଳିତ ଆଇପିଏଲରେ ଖେଳିବେ ।

ସେପ୍ଟେମ୍ବର 19 ତାରିଖରୁ ୟୁଏଇ ଠାରେ ଆଇପିଏଲର 13ତମ ସଂସ୍କରଣ ଆରମ୍ଭ ହେବ । କୋରୋନା କାରଣରୁ ଚଳିତ ଥର ଦେଶ ବାହାରେ ଆଇପିଏଲ ଖେଳାଯାଉଛି । ଗତବର୍ଷ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳିଥିବା କୁଲଦୀପ 40 ମ୍ୟାଚରେ 39ଟି ୱିକେଟ ନେଇଥିଲେ । ଚଳିତ ବର୍ଷ ମଧ୍ୟ ସେ କେକେଆର ପାଇଁ ହିଁ ଖେଳିବେ । ସେପଟେ ଅନ୍ୟ ଆଇପିଏଲ ଖେଳାଳି ଅଙ୍କିତ ରାଜପୁତ ମଧ୍ୟ ଆଇପିଏଲ ମାଧ୍ୟମରେ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଗତ ଆଇପିଏଲରେ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଇଁ ଖେଳି 27ଟି ମ୍ୟାଚରେ 22 ୱିକେଟ ହାତେଇଥିଲେ । ତେବେ ଉଭୟ କାନପୁର ଖେଳାଳିଙ୍କୁ ନେଇ ବେଶ ଆଶାବାଦୀ ଅଛନ୍ତି କାନପୁରବାସୀ ।

ସେପେଟେ ଉତ୍ତର ପ୍ରଦେଶ ଅନ୍ୟ ଚାରି ଖେଳାଳି ହେଲେ ମେରଠର ପ୍ରିୟମ ଗର୍ଗ, କାର୍ତ୍ତିକ ତ୍ୟାଗି, ମେରଠରୁ ହିଁ ଭୁବନେଶ୍ବର କୁମାର ଓ ଅଲିଗଢ଼ର ପିୟୁଷ ଚାୱଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.