ଭଦୋଦରା: ସୟଦ ମୁସ୍କାକ ଅଲ୍ଲୀ ଟ୍ରଫି ଟି-20 ଚମ୍ପିଆନସିପ ପାଇଁ ବରୋଦ ଦଳ ଘୋଷଣା । ଘୋଷିତ 22 ଜଣିଆ ଟିମରେ ଅଲ-ରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟା ଓ ଦୀପକ ହୁଡ୍ଡାଙ୍କ ନାମ ରହିଛି । ବରୋଦା କ୍ରିକେଟ ଆସୋସିଏସନ ନିଜ ୱେବସାଇଟରେ ସ୍କ୍ବାଡ ଘୋଷଣା କରିଛି । ଜାନୁଆରୀ 10ରୁ ବିସିସିଆଇର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।
ସିନିୟର ପାଣ୍ଡ୍ୟା ଓ ଦୀପକ ହୁଡ୍ଡାଙ୍କ ବ୍ୟତୀତ ଓପନର କେଦାର ଦେବଧର ଓ ବିଷ୍ଣୁ ସୋଲାଙ୍କିଙ୍କୁ ମଧ୍ୟ ସ୍କ୍ବାଡରେ ସ୍ଥାନ ମିଳିଛି । ବୋଲିଂ ବିଭାଗରେ ବାମହାତୀ ଦ୍ରୁତ ବୋଲର ଲୁକମନ ମେରିୱାଲା ଓ 30 ବର୍ଷୀୟ ଭାର୍ଗବ ଭଟ୍ଟଙ୍କ ସହ ନୂଆମୁହଁରେ ରହିଛନ୍ତି । ଡାଭ ହ୍ବାଟମୋରଙ୍କ ପରେ ପ୍ରଭାକର ବୈରଗୋନ୍ଦଙ୍କୁ ବୋର୍ଡ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି ।
ବରୋଦା ଏଲିଟ ଗ୍ରୁପ ସି ରେ ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ସହ ରହିଛି ।
ସ୍କ୍ବାଡ: କ୍ରୁଣାଳ ପାଣ୍ଡ୍ୟା, ଦୀପକ ହୁଡ୍ଡା, କେଦାର ଦେବଧର, ନିନାଦ ରାଠୱା, ସମିତ ପଟେଲ, ବିଷ୍ଣୁ ସୋଲାଙ୍କି, ଅଭିମନ୍ୟୁ ରାଜପୁତ, ଧ୍ରୁବ ପଟେଲ, ଅତିତ ଶୈଠ, ବାବସାଫି ପଠାନ, ଏଲ ମେରିୱାଲା, ମୋହିତ ମୋଙ୍ଗିଆ, ଭାନୁ ପାନିଆ, କାର୍ତ୍ତିକ କାକଡେ, ଚିନ୍ତଲ ଗାନ୍ଧି, ପ୍ରଦୀପ ଯାଦବ, ସୋଏବ ସୋପାରିୟା, ଏନସ ପଟେଲ, ପର୍ଥ କୋହଲି,ଭାର୍ଗବ ଭଟ୍ଟ, ପ୍ରତୀକ ଗୋଦାଧ୍ର, ପତ୍ୟୁଷ କୁମାର ।
ମୁଖ୍ୟ କୋଚ: ପ୍ରଭାକର ବୈରଗୋନ୍ଦ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ