ETV Bharat / sports

ଆଇପିଏଲ 2020: ରାଜସ୍ଥାନର ବିଜୟଧାରାରେ ଲାଗିଲା ବ୍ରେକ, 37ରନ୍‌ରେ ମାତ୍‌ ଦେଲା କେକେଆର

author img

By

Published : Oct 1, 2020, 8:48 AM IST

ବୁଧବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ 37ରନ୍‌ରେ ମାତ୍‌ ଦେଇ ରାଜସ୍ଥାନ ଦଳର ବିଜୟଧାରାରେ ବ୍ରେକ ଲଗାଇଛି । ତେବେ ଶିଭମ ମାଭିଙ୍କ ଚମତ୍କାର ବୋଲିଂ ଯୋଗୁଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

kolkata-knight-riders-won-by-37-runs-against-rajasthan-royals

ଦୁବାଇ: ଆଇପିଏଲର 12ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସର ବାଜିମାତ୍‌ । ବୁଧବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ 37ରନ୍‌ରେ ମାତ୍‌ ଦେଇ ରାଜସ୍ଥାନ ଦଳର ବିଜୟଧାରାରେ ବ୍ରେକ ଲଗାଇଛି । ତେବେ ଶିଭମ ମାଭିଙ୍କ ଚମତ୍କାର ବୋଲିଂ ଯୋଗୁଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି । କୋଲକାତା ପ୍ରଥମେ ବ୍ୟାଟିଂ କରି 175ରନର ବିଜୟଲକ୍ଷ୍ୟ ଦେଇଥିଲା । ରାଜସ୍ଥାନ ଏହି ବିଜୟଲକ୍ଷ୍ୟ ହାସଲ କରିବାରେ ଫେଲ ମିରିଛି । ଟିମ ନିର୍ଦ୍ଧାରିତ ଓଭରରେ 9ଓ୍ବିକେଟ ହରାଇ 137ରନ ହିଁ ସଂଗ୍ରହ କରି ପାରିଥିଲା ।

କୋଲକାତା ନାଇଟ ରାଇଡର୍ସ - ରାଜସ୍ଥାନ ରୟାଲ୍ସ ମ୍ୟାଚରେ ପ୍ରଥମେ ଟସ୍‌ ଜିତି ରାଜସ୍ଥାନ ବୋଲିଂର ନିର୍ଣ୍ଣୟ ନେଇଥିଲା । ତେବେ କେକେଆର ପ୍ରଥମେ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 174ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶୁଭମନ ଗିଲଙ୍କ 47 ରନ ପାଳି ଖେଳିଥିଲେ । ସେହିପରି ନୀତିଶ ରାଣା 22, ଆନ୍ଦ୍ରେ ରସେଲ24,ସୁନୀଲ ନାରିନ 15, ଦିନେଶ କାର୍ତ୍ତିକ 1, ଇୟନ ମୋର୍ଗାନ 34*, ପାଟ କମିନ୍ସ 12, କମଲେଶ ନାଗାର୍କୋଟି 8* ରନ୍‌ ସଂଗ୍ରହ କରିଥିଲେ ।

କୋଲକାତା ନାଇଟ ରାଇଡର୍ସର ଇଂନିସ

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର 2ଟି, ଅଙ୍କିତ ରାଜପୁତ,ଜୟଦେବ ଉନାଦକାଟ,ଟମ କୁରାନ,ରାହୁଲ ତେୱାଟିଆ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

ରାଜସ୍ଥାନର ଇଂନିସ

ତେବେ ରାଜସ୍ଥାନ ରୟାଲ୍ସ 175ରନର ବିଜୟ ଲକ୍ଷ୍ୟକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ କେକେଆରର ବୋଲରଙ୍କ ସମ୍ମୁଖରେ ରାଜସ୍ଥାନର ବ୍ୟାଟିଂ ଯାଦୁ ଦେଖିବାକୁ ମିଳିନଥିଲା । ଦଳ ପକ୍ଷରୁ କେବଳ ଟମ କୁରାନ 54*ରନ ସଂଗ୍ରହ କରିଥିବା ବେଳେ ଜସ୍ ବଟଲର୍ 21, ଷ୍ଟିଭେନ ସ୍ମିଥ୍ 3, ସଞ୍ଜୁ ସାମସନ୍ 8, ରବିନ୍ ଉଥାପ୍ପା2, ରିୟାନ୍ ପାରାଗ 1, ରାହୁଲ ତେୱାଟିଆ 14, ଶ୍ରେୟାସ ଗୋପାଳ 5, ଜୋଫ୍ରା ଆର୍ଚର 6, ଜୟଦେବ ଉନାଦକାଟ 9, ଅଙ୍କିତ ରାଜପୁତ 7* ରନ୍‌ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ ଓଭରରେ 9ଓ୍ବିକେଟ ହରାଇ ମାତ୍ର 137ରନ କରି ପାରିଥିଲା ରାଜସ୍ଥାନ ରୟାଲ୍ସ ।

ପଏଣ୍ଟ ଟେବୁଲ

ବିପକ୍ଷ ଦଳ କେକେଆର ପକ୍ଷରୁ ରୁଣ ଚକ୍ରବର୍ତ୍ତୀ, କମଲେଶ ନାଗାର୍କୋଟି ଓ ଶିବମ ମାଭି 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସେହିପରି ସୁନୀଲ ନାରିନ,ପାଟ କମିନ୍ସ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.