ଅକଲାଣ୍ଡ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପାଇଁ ଭୋଟ ଅପିଲ କରିଛନ୍ତି । ବିରାଟ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ମହାନ ଭାରତୀୟ କ୍ରିକେଟରଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ସମ୍ମାନ ଜନକ ଲଉରିୟସ ସ୍ପୋର୍ଟିଂ ମୋମେଣ୍ଟ 2020-2021 ଆୱାର୍ଡ ପାଇଁ ପାଞ୍ଚ ଜଣଙ୍କ ମଧ୍ୟରେ ସଚିନଙ୍କ ନାମ ସ୍ଥାନ ପାଇଛି ।
ତେବେ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ବିରାଟ ଲେଖିଛନ୍ତି, "ଜଣେ ବନ୍ଧୁ, ସାଥୀ ଖେଳାଳି ଓ ଜଣେ ମହାନ କ୍ରିକେଟର ସଚିନ ପାଜୀ । ତେବେ ଆସନ୍ତୁ ଆମେ ସମସ୍ତେ ମିଶି ସଚିନ ପାଜୀଙ୍କ ପାଇଁ ଭୋଟ କରିବା । "
ଉଲ୍ଲେକଥାଉ କି, 2011 ଦିନିକିଆ ବିଶ୍ବକପ ଭାରତ ବିଜୟୀ ହେବା ପରେ କ୍ରିକେଟ କିମ୍ବଦନ୍ତୀଙ୍କୁ ସାଥି ଖେଳାଳିମାନେ କାନ୍ଧରେ ବସାଇ ପଡିଆ ପରି ଭ୍ରମଣ କରିଥିଲେ । ଆଉ ସେହି ସମୟର ଦୃଶ୍ୟକୁ ସମ୍ମାନ ଜନକ ଲଉରିୟସ ସ୍ପୋର୍ଟିଂ ମୋମେଣ୍ଟ 2020-2021 ଆୱାର୍ଡରେ ସ୍ଥାନ ପାଇଛି । ଏହି ଦୃଶ୍ୟର ଶୀର୍ଷକ ରହିଛି ‘Carried On The Shoulders Of A Nation’ । ତେବେ ଦର୍ଶକମାନେ ଭୋଟ ଜରିଆରେ ଲାଉରିୟସ ବିଶ୍ବ ଖେଳ ପୁରସ୍କାର ବିଜେତାଙ୍କୁ ଚୟନ କରିବେ । ଜାନୁଆରୀ 10ରୁ ଫେବୃଆରୀ 16 ଯାଏ ଏଥିପାଇଁ ଭୋଟିଂ ହେବ । ଫେବୃଆରୀ 17ରେ ବର୍ଲିନରେ ବିଜେତାଙ୍କ ନାଁ ଘୋଷଣା କରାଯିବ ।