ହାଇଦ୍ରାବାଦ: ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ 11 ବର୍ଷ ପୂରଣ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । 2008 ମସିହା ଅଗଷ୍ଟ 18 ତାରିଖରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଆନ୍ତର୍ଜାତୀୟ ଦିନିକିଆରେ ନିଜର ଡେବ୍ୟୁ ମ୍ୟାଚ ଖେଳିଥିଲେ ବିରାଟ ।
ତେବେ ଏହି ଅବସରରେ 11ବର୍ଷ ତଳର ଏକ ଫଟୋ ନିଜର ଇନଷ୍ଟାଗ୍ରାମ ଓ ଟ୍ବିଟର ପେଜ୍ରେ ସେୟାର କରିଛନ୍ତି ।
ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ହିଁ ଦିନରେ 2008ରେ ଜଣେ ଟିନ୍ଏଜର ହିସାବରେ କ୍ୟାରିଅର ଆରମ୍ଭ କରିଥିଲି ଓ ଏବେ 11ବର୍ଷ ହେଇଗଲାଣି । ମୁଁ ଭାବି ନଥିଲି ଭଗବାନ ମୋ ଉପରେ ଏତେ କୃପା କରିବେ । ଆଶା କରେ ଆପଣମାନେ ବି ଏହିପରି ନିଜର ସ୍ବପ୍ନ ପୂରା କର ଓ ସର୍ବଦା ସଠିକ୍ ମାର୍ଗରେ ଯାଅ ।
ସୂଚନାଥାଉକି, କୋହଲି ନିଜର ଆନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ ମ୍ୟାଚରେ ମାତ୍ର 12ରନ କରିଥିଲେ । 2009ରେ ବିରାଟ ଦିନିକିଆ ମ୍ୟାଚରେ ପ୍ରଥମ କରି ନିଜର ଶତକୀୟ ପାଳି ଖେଳିଥିଲେ । ବର୍ତ୍ତମାନ ନିଜର ଦିନିକିଆ କ୍ୟାରିଅରରେ ସେ 43ଟି ଶତକ ନିଜ ନାଁରେ କରିସାରିଛନ୍ତି ।