ETV Bharat / sports

ବିରାଟ ବଚନ: ପ୍ରଥମ ଟି20ରେ ରୋହିତ-ରାହୁଲ ଓପନିଂ ଯୋଡି

ରୋହିତ ଶର୍ମା ଓ କେଏଲ ରାହୁଲ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟି20ରେ ଭାରତ ପାଇଁ ଓପନିଂ କରିବେ । ଅଧିକ ପଢନ୍ତୁ...

Kohli speaks about India's opening combination and Ashwin's future in T20Is
ବିରାଟ ବଚନ: ପ୍ରଥମ ଟି20ରେ ରୋହିତ-ରାହୁଲ ଓପନିଂ ଯୋଡି
author img

By

Published : Mar 11, 2021, 7:47 PM IST

ଅହମ୍ମଦାବାଦ: ରୋହିତ ଶର୍ମା ଓ କେଏଲ ରାହୁଲ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟି20ରେ ଭାରତ ପାଇଁ ଓପନିଂ କରିବେ । ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ କ୍ୟାପଟେନ ବିରାଟ କୋହଲି । ଫଳରେ ଶିଖର ଧାୱନଙ୍କୁ ରିଜର୍ଭ ଓପନର ଭାବେ ଅପେକ୍ଷା କରିବାକୁ ହେବ ।

ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟି20 ସିରିଜ ଖେଳିନଥିବା ରୋହିତ, ଘରୋଇ ଟି20 ସିରିଜରେ ଦଳକୁ ଫେରିଛନ୍ତି । ଫଳରେ ଓପନିଂ ଯୋଡିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ରହସ୍ୟ ଉପରୁ ପରଦା ହଟାଇଛନ୍ତି କୋହଲି । ଧାୱନ ଓ ରାହୁଲ ଉଭୟଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନଦେବା କଷ୍ଟକର । ରୋହିତ ଓ ରାହୁଲ ସ୍ଥିର ପ୍ରଦର୍ଶନ ଦେଇଆସିଥିବାରୁ ଶିଖରଙ୍କୁ ଅପେକ୍ଷା କରିବାକୁ ହେବ ବୋଲି କୋହଲି କହିଛନ୍ତି ।

ରୋହିତ ଜାନୁଆରୀ-ଫେବ୍ରୁଆରୀ 2020ରେ ଖେଳିଥିବା ଶେଷ ଦୁଇଟି ଟି20 ଅନ୍ତର୍ଜାତୀୟ ମ୍ୟାଚରେ ଯଥାକ୍ରମେ 65 ଓ 60 ରନର ଇଂନିସ ଖେଳିଥିଲେ । ଶେଷ 5ଟି ଟି20 ଇଂନିସରେ 3ଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଅନ୍ୟପଟେ ରାହୁଲ ଖେଳିଥିବା ଶେଷ 5ଟି ଟି20ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟି20 ସିରିଜରେ ସେ 39, 45, 51, 30 ଓ 0 ସ୍କୋର କରିଥିଲେ ।

ଧାୱନ ମଧ୍ୟ ଖେଳିଥିବା ଶେଷ 5ଟି ଟି20ରୁ ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.