ETV Bharat / sports

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡାବିତ୍

ବିରାଟଙ୍କ ସମେତ ଅନ୍ୟ କ୍ରିକେଟରମାନେ ମଧ୍ୟ ମୋଦିଙ୍କୁ ଐତିହାସିକ ବିଜୟ ପାଇଁ ଟ୍ବିଟର ଯୋଗେ ସମ୍ଭର୍ଦ୍ଧନା ଜଣାଇଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ୍ ଓ ଭାରତୀୟ ବକ୍ସିଂ ଷ୍ଟାର ମେରିକମ୍‌ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର
author img

By

Published : May 24, 2019, 8:41 PM IST

ନୂଆଦିଲ୍ଲୀ: ମୋଦିଙ୍କ ବିରାଟ ବିଜୟ ପାଇଁ ବିରାଟଙ୍କ ଶୁଭେଚ୍ଛା । ବିରାଟଙ୍କର ବିଶ୍ବାସ ମୋଦିଙ୍କ ନେତୃତ୍ବରେ ଭାରତ ଆହୁରି ଉନ୍ନତି କରିବ । ଗତକାଲି(ମେ 23) ସାରା ଭାରତ ବର୍ଷରେ ବିଜେପିର ଐତିହାସିକ ବିଜୟ ହୋଇଛି । 350ରୁ ଉର୍ଦ୍ଧ୍ବ ଲୋକସଭା ଆସନରେ ବ୍ରାଣ୍ଡ ମୋଦିଙ୍କ ବିଜୟ ପରେ ପୁଣିଥରେ ଭାରତ ବର୍ଷରେ ସରକାର ଗଢିବାକୁ ଯାଉଛି ବିଜେପି ।

ଆଜି(ଶୁକ୍ରବାର) ବିରାଟ ନିଜ ଟ୍ବିଟର ଆକାଉଣ୍ଟରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିରାଟ ଲେଖିଛନ୍ତି, " ମୋଦିଜୀଙ୍କୁ ମୋର ଅଭିନନ୍ଦନ । ମୋର ବିଶ୍ବାସ ଆପଣଙ୍କ ନେତୃତ୍ବରେ ଭାରତ ଆହୁରି ଉନ୍ନତି କରିବ । ଜୟ ହିନ୍ଦ୍‌ । "

PM Modi
https://etvbharatimages.akamaized.net/etvbharat/prod-images/3375110_vd-2.JPG

ତେବେ ବିରାଟଙ୍କ ବ୍ୟତୀତ ଅନ୍ୟ କ୍ରିକେଟରମାନେ ମଧ୍ୟ ମୋଦିଙ୍କୁ ଐତିହାସିକ ବିଜୟ ପାଇଁ ଟ୍ବିଟର ଯୋଗେ ସମ୍ଭର୍ଧନା ଜଣାଇଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ୍ ଓ ଭାରତୀୟ ବକ୍ସିଂ ଷ୍ଟାର ମେରିକମ୍‌ ।

ସଚିନ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ଏହି ବିରାଟ ବିଜୟ ପାଇଁ ନରେନ୍ଦ୍ର ମୋଦିଜୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଚା । ଆପଣଙ୍କ ନେତୃତ୍ବରେ ଭାରତର ଭବିଷ୍ୟତ ଶକ୍ତିଶାଳୀ ଓ ଉଜ୍ଜ୍ବଳ ହେବ ।

ସେହିପରି ଭାରତୀୟ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ଭାରତ ଜିତିଲା । ବିଶ୍ବର ସର୍ବଶ୍ରେଷ୍ଠ ଗଣତନ୍ତ୍ର ବ୍ୟବସ୍ତା ଆପଣଙ୍କୁ ପୁଣିଥରେ ବିଜୟୀ କରିଛି । ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ମୋର ବିପୁଳ ଶୁଭେଚ୍ଛା ଓ ଶୁଭକାମନା । ଆପଣଙ୍କ 2ୟ ଇଂନିସ ଆହୁରି ଭଲ ହେଉ ଏବଂ ଭାରତ ଆପଣ୍ଙ୍କ ନେତୃତ୍ବରେ ଆହୁରି ବିକାଶ କରୁ ।

PM Modi
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ଅନ୍ୟପଟେ ଭାରତୀୟ ବକ୍ସିଂ ଷ୍ଟାର ମେରିକମ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଟ୍ବିଟର ଆକାଉଣ୍ଡରେ ଲେଖିଛନ୍ତି, ଲୋକସଭା ନିର୍ବାଚନ ବିଜୟ ପାଇଁ ନରେନ୍ଦ୍ର ମୋଦିଜୀ ଓ ବିଜେପିକୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଆପଣଙ୍କ ନେତୃତ୍ବରେ ଆଉ ଗୋଟେ ନୂଆ ଭାରତ ଗଢି ଉଠିବା ବୋଲି ମୋର ଆଶା ।

ଉଲ୍ଲେଖଯୋଗ୍ୟ, ୨୯୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଐତିହାସିକ ବିଜୟ ହାସଲ କରିଛି । ପୁଣି ଥରେ ଦେଶର ଜନତା ନରେନ୍ଦ୍ର ମୋଦିଙ୍କ ଉପରେ ଭରସା ପ୍ରକଟ କରି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ବିଜୟ ହାସଲ କରିଛି।

Intro:Body:

fghf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.