ETV Bharat / sports

କ୍ୟାପ୍ଟେନ କୋହଲିଙ୍କ ରେକର୍ଡ: 9000 ରନ କରିବାରେ ଦ୍ରୁତ ଅଧିନାୟକ - Sports

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 2ୟ ଦିନିକିଆରେ କ୍ୟାପ୍ଟେନ କୋହଲି କରିଛନ୍ତି ଏକ ରେକର୍ଡ । ସେ ଅନ୍ତର୍ଜାତୀୟ କ୍ରିକେଟରେ 9000 ରନ ପୂରଣ କରିବାରେ ଦ୍ରୁତତମ ଅଧିନାୟକ ହୋଇଥିଲେ । ଏହିକ୍ରମରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇଥିଲେ ।

ଫାଇଲ ଫଟୋ
author img

By

Published : Mar 6, 2019, 3:31 PM IST

ନାଗପୁର: ରେକର୍ଡ ସୃଷ୍ଟି କରିବା ଯେପରି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଏକ ଅଭ୍ୟାସ ପାଲଟିଯାଇଛି । ପ୍ରତିଟି ସିରିଜରେ ସେ କିଛି ନା କିଛି ରେକର୍ଡ କରୁଛନ୍ତି ଅଥବା ଭାଙ୍ଗୁଛନ୍ତି । ଏହିକ୍ରମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 2ୟ ଦିନିକିଆରେ କ୍ୟାପ୍ଟେନ କୋହଲି କରିଛନ୍ତି ଏକ ରେକର୍ଡ ।

ଗତକାଲି ନାଗପୁରରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ 8 ୱିକେଟରେ ବିଜୟ ଲାଭ କରିଥିଲା । ଏହି ମ୍ୟାଚରେ କୋହଲି ନିଜ 40ତମ ଦିନିକିଆ ଶତକ ହାସଲ କରିଥିଲେ । ଏହି ଅବସରରେ ସେ ଅନ୍ତର୍ଜାତୀୟ କ୍ରିକେଟରେ 9000 ରନ ପୂରଣ କରିବାରେ ଦ୍ରୁତତମ ଅଧିନାୟକ ହୋଇଥିଲେ । ଏହିକ୍ରମରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇଥିଲେ ।

ପଣ୍ଟିଂ 204ଟି ଇଂନିସରେ ଏହି ରେକର୍ଡ କରିଥିବାବେଳେ କୋହଲି ମାତ୍ର 159ଟି ଇଂନିସରେ ଏହା ହାସଲ କରିଛନ୍ତି । ଏହାସହ ସେ ଏପରି କରିବାରେ ବିଶ୍ବର 6ଷ୍ଠ ଖେଳାଳି ହୋଇଥିଲେ । ତାଙ୍କ ପୂର୍ବରୁ ପଣ୍ଟିଂଙ୍କ ଛଡା ଅଷ୍ଟ୍ରେଲିଆର ଆଲାନ ବର୍ଡର(257 ଇଂନିସ), ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ(220 ଇଂନିସ), ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଂ(272ଟି ଇଂନିସ) ଏବଂ ଭାରତର ମହେନ୍ଦ୍ର ସିଂ ଧୋନି(253) ଏହି କୃତିତ୍ବ ହାସଲ କରିଥିଲେ ।

ଏହି ଶତକ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟରେ 65 ତମ ଶତକ । ଅଷ୍ଟ୍ରେଲିଆ ବିରୋଧରେ ଏହା 7ମ । ତେବେ ଏହା ଦିନିକିଆରେ 2ୟ ଥର ହୋଇଛି ଯେତେବେଳେ କୋହଲି ଶତକ ହାସଲ କରିଛନ୍ତି ଆଉ ଭାରତ ସର୍ବନିମ୍ନ ସ୍କୋର କରିଛି । ଏହା ପୂର୍ବରୁ ଗତବର୍ଷ ୱେଷ୍ଟଇଣ୍ଡିଜ ବିରୋଧରେ ଭାରତ 240 ରନ କରିଥିଲା ଏବଂ କୋହଲି ଉକ୍ତ ମ୍ୟାଚରେ 107 ରନ କରିଥିଲେ ।

undefined

SLUG - PRESS MEET
FORMAT- AVB
REPORTER — HARIHARA PATNAIK
PLACE - GAJAPATI
DATE - 05.03.2019
ଭିଓ - ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ ଏବଂ ଭିଭିପାର୍ଟ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ 06 ତାରଖ ଠାରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ପ୍ରତ୍ୟେକ ଗ୍ରାମରେ ତଥା ପୌରପାଳିକାର ସମସ୍ତ ୱାର୍ଡରେ ସକାଳ 8ରୁ ସଂନ୍ଧ୍ୟା 5 ମଧ୍ୟରେ ସରକାରୀ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଇବେ  । ଏହି କାର୍ଯ୍ୟକ୍ରମ 25 ଦିନ ଧରି ଚାଲୁରହିବ  । ଦ୍ବିତୀୟ ଥର ପାଇଁ ସଚେତନ କାର୍ଯ୍ୟକ୍ରମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । 
ବାଇଟ୍ - ଅନୁପମ ଶାହ (ଜିଲ୍ଲାପାଳ ଗଜପତି)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.